ଭୁବନେଶ୍ୱର : ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଖରାପ ନଜର ବା ନେଗେଟିଭ୍ ଏନର୍ଜି ଜୀବନରେ ବାଧା ସୃଷ୍ଟି କରିପାରେ। ଏହି କାରଣରୁ କେହି ଗୋଡ଼ରେ କଳା ସୂତା ବାନ୍ଧନ୍ତି, ତ କେହି ହାତରେ ‘ଇଭିଲ୍ ଆଇ’ ବ୍ରେସଲେଟ୍ ପିନ୍ଧନ୍ତି। କିନ୍ତୁ ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ପ୍ରଭାବଶାଳୀ ଅଟେ ? କେଉଁଟା ପିନ୍ଧିବା ଉଚିତ? ଆଉ ଏହା ପଛରେ କ’ଣ ରହିଛି ବିଶ୍ୱାସ ଓ ବାସ୍ତବତା? ଆସନ୍ତୁ ଜାଣିବା …
ଭାରତୀୟ ପରମ୍ପରାରେ କଳା ଫିତାକୁ ଖରାପ ନଜରରୁ ସୁରକ୍ଷାର ପ୍ରତୀକ ବୋଲି ମାନାଯାଏ । ଛୋଟ ଶିଶୁଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକେ ହାତ କିମ୍ବା ଗୋଡ଼ରେ କଳା ସୂତା ବାନ୍ଧନ୍ତି। ବିଶ୍ୱାସ ରହିଛି, ଏହା ନେଗେଟିଭ୍ ଏନର୍ଜିକୁ ଦୂର କରିଥାଏ ଏବଂ ସକାରାତ୍ମକତାକୁ ବଢ଼ାଏ। ଅନ୍ୟପଟେ, ‘ଇଭିଲ୍ ଆଇ’ ବ୍ରେସଲେଟ୍ ମଧ୍ୟପୂର୍ବ ଓ ମେଡିଟେରେନିୟନ୍ ଅଞ୍ଚଳର ଏକ ପୁରାତନ ବିଶ୍ୱାସ ସହ ଜଡ଼ିତ। ନୀଳ ରଙ୍ଗର ଆଖି ଆକୃତିର ଏହି ପ୍ରତୀକକୁ ଖରାପ ଦୃଷ୍ଟି ଓ ଇର୍ଷ୍ୟାରୁ ସୁରକ୍ଷାର ପ୍ରତୀକ ଭାବେ ଦେଖାଯାଏ। ଆଜିକାଲି ଏହା ଏକ ଫ୍ୟାଶନ୍ ଆକ୍ସେସରି ଭାବେ ମଧ୍ୟ ବେଶ୍ ଲୋକପ୍ରିୟ।
କଳା ଧାଗା ସରଳ, କମ୍ ଖର୍ଚ୍ଚ ଏବଂ ପାରମ୍ପରିକ ବିଶ୍ୱାସ ସହ ଜଡ଼ିତ। ଯେଉଁଠାରେ ‘ଇଭିଲ୍ ଆଇ’ ବ୍ରେସଲେଟ୍ ପାରମ୍ପରିକ ବିଶ୍ୱାସ ସହିତ ଆଧୁନିକ ଲୁକ୍ ମଧ୍ୟ ଦେଇଥାଏ। ଦୁଇଟି ଯାକର ଉଦ୍ଦେଶ୍ୟ ହେଉଛି ଖରାପ ନଜରରୁ ସୁରକ୍ଷା ଦେବା । ତେବେ ଏହି ଦାବିଗୁଡ଼ିକର ସ୍ପଷ୍ଟ ବୈଜ୍ଞାନିକ ପ୍ରମାଣ ନାହିଁ। ଯଦି ଆପଣ ପାରମ୍ପରିକ ଓ ଧାର୍ମିକ ଆସ୍ଥାକୁ ଅଧିକ ଗୁରୁତ୍ୱ ଦିଅନ୍ତି, ତେବେ କଳା ସୂତା ଆପଣଙ୍କ ପସନ୍ଦ ହୋଇପାରେ। ଆଉ ଯଦି ପରମ୍ପରା ସହ ଷ୍ଟାଇଲ୍କୁ ମଧ୍ୟ ଗୁରୁତ୍ୱ ଦିଅନ୍ତି, ତେବେ ‘ଇଭିଲ୍ ଆଇ’ ବ୍ରେସଲେଟ୍ ବାଛିପାରନ୍ତି।
ଖରାପ ନଜରରୁ ସୁରକ୍ଷା ପାଇଁ କଳା ସୂତା ହେଉ କି ‘ଇଭିଲ୍ ଆଇ’ ବ୍ରେସଲେଟ ଦୁଇଟିର ପ୍ରଭାବ ମୂଳତଃ ବ୍ୟକ୍ତିଗତ ଆସ୍ଥା ଓ ସାଂସ୍କୃତିକ ବିଶ୍ୱାସ ଉପରେ ନିର୍ଭର କରେ। ବୈଜ୍ଞାନିକ ଦୃଷ୍ଟିରୁ ଏମାନେ ଖରାପ ନଜରରୁ ସୁରକ୍ଷା ଦେଇଥାନ୍ତି ବୋଲି ପ୍ରମାଣିତ ହୋଇନାହିଁ। ସେଥିପାଇଁ ଯେକୌଣସି ବିକଳ୍ପ ବାଛିବା ପୂର୍ବରୁ ଏହାକୁ ଆସ୍ଥା ଓ ପରମ୍ପରାର ପ୍ରତୀକ ଭାବେ ଦେଖିବା ଉଚିତ୍। ଆସ୍ଥା ଓ ପରମ୍ପରା ବ୍ୟକ୍ତିଗତ ବିଷୟ। କଳା ସୂତା ହେଉ କି ‘ଇଭିଲ୍ ଆଇ’ ବ୍ରେସଲେଟ କେଉଁଟି ପିନ୍ଧିବେ, ସେଥି ଆପଣଙ୍କ ବିଶ୍ୱାସ, ପସନ୍ଦ ଓ ଜୀବନଶୈଳୀ ଉପରେ ନିର୍ଭର କରେ।
