Voice of Eastern India

ଏହି ବୋଲରଙ୍କୁ ବେଶି ଭୟ କରନ୍ତି ବୈଭବ ! ୪ଟି ଶବ୍ଦରେ ସାରିଦେଲେ ସବୁ ପ୍ରଶ୍ନର ଉତ୍ତର


ନୂଆଦିଲ୍ଲୀ, ୩୦। ୦୭ : ଭାରତୀୟ ଦଳର ଦମଦାର ବ୍ୟାଟସମ୍ୟାନ୍ । ମାତ୍ର ୧୫ ବର୍ଷରେ ଅନ୍ତର୍ଜାତୀୟ ଫର୍ମାଟରେ ଡେବ୍ୟୁ । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପରେ ଅନ୍ତର୍ଜାତୀୟ ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଲଗାତାର ସୁଯୋଗ ମିଳୁଛି । ଆଇପିଏଲରେ ସେ ବଡ ବଡ ବୋଲରଙ୍କୁ ପ୍ରହାର କରିଥିଲେ । ବିଶ୍ୱସ୍ତରୀୟ ବୋଲରଙ୍କ ବଲକୁ ଲମ୍ବା ଛକା ଲଗାଉଥିଲେ । ତାଙ୍କ ନିର୍ଭୟ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା । ୧୬ଟି ମ୍ୟାଚ୍ ଖେଳି ତାଙ୍କ ବ୍ୟାଟରୁ ୭୭୬ ରନ୍ ବାହାରିଥିଲା । ଏହାସହ ସେ ଅରେଞ୍ଜ୍ କ୍ୟାପ୍ ମଧ୍ୟ ଜିତିଥିଲେ ।

Also Read :- ୨ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଲା IPL ବ୍ରାଣ୍ଡ ଭାଲ୍ୟୁ, ଜାଣନ୍ତୁ କେଉଁ ଫ୍ରାଞ୍ଚାଇଜିର ଦବଦବା କେତେ?

ବୁଧବାର ରାଜସ୍ଥାନ ରୟାଲ୍ସ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି । ଏଥିରେ ସୂର୍ଯ୍ୟବଂଶୀ ନଜର ଆସିଛନ୍ତି । ତାଙ୍କୁ କେଉଁ ବୋଲରଙ୍କୁ ସାମ୍ନା କରିବା ପାଇଁ କଷ୍ଟ ଲାଗେ ବୋଲି ପଚରା ଯାଉଛି । ଯାହାର ସେ ଖୁବ୍ ସୁନ୍ଦର ଉତ୍ତର ଦେଉଛନ୍ତି ।

ସୂର୍ଯ୍ୟବଂଶୀଙ୍କୁ ପ୍ରଶ୍ନ କରାଯାଉଛି ଯେ, ଆପଣଙ୍କୁ କେଉଁ ବୋଲରଙ୍କ ବଲ ଡର ଲାଗେ । ଅର୍ଥାତ ସୂର୍ଯ୍ୟବଂଶୀ କାହାକୁ ସାମ୍ନା କରିବାକୁ ଡରନ୍ତି । ଯାହାର ଜବାବରେ ସେ କହିଛନ୍ତି ଯେ, ନୋ ଓ୍ୱାନ୍ ଟିଲ୍ ନାଓ । ଅର୍ଥାତ ଏବେସୁଦ୍ଧା ସେପରି କୌଣସି ବୋଲର ନାହାଁନ୍ତି ଯାହାଙ୍କୁ ସେ ସାମ୍ନା କରିବାକୁ ଭୟ କରନ୍ତି ।

ବୈଭବଙ୍କ ଏହି ୪ ଶବ୍ଦ ବିଶିଷ୍ଟ ଉତ୍ତର ଫ୍ୟାନ୍ସଙ୍କୁ ପସନ୍ଦ ଆସିଛି । ଏହା ତାଙ୍କର ଆତ୍ମବିଶ୍ୱାସ ବୋଲି ଫ୍ୟାନ୍ସମାନେ କହୁଛନ୍ତି । ମାତ୍ର ୧୫ ବର୍ଷର ହୋଇଥିଲେ ବି ସେ ଟପ୍ ବୋଲରଙ୍କୁ ଭୟ କରୁ ନାହାଁନ୍ତି । ଆସନ୍ତା ମାସରେ ସେ ଇଷ୍ଟ୍ ଜୋନ୍ ଦଳର ଉପ ଅଧିନାୟକ ଦାୟିତ୍ୱ ନେବେ । ଅଧିନାୟକ ଭାବେ ଇଶାନ କିଷନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳରେ ମହମ୍ମଦ ଶାମି, ମୁକେଶ କୁମାର, ଶେହଓ୍ୱାଜ ଅହମ୍ମଦ ଏବଂ ଅଭିମନ୍ୟୁ ଇଶ୍ୱରନଙ୍କ ଭଳି ଖେଳାଳି ରହିଛନ୍ତି ।

Source link



Source link

Leave A Reply

Your email address will not be published.