Voice of Eastern India

ଓଡ଼ିଶା ଭିତରେ ଅବପାତ !  ପ୍ରବଳ ବର୍ଷୁଛି, ବିପଦ ଘନଉଛି… ୬ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା



ଭୁବନେଶ୍ୱର: ଅବପାତ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ କରାଯାଇଛି।  ଏହାକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ନୂଆପଡା କନ୍ଧମାଳ ବୌଦ୍ଧ, ସମ୍ବଲପୁର, ସୋନପୁର, ସୁବର୍ଣ୍ଣପୁର।

ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଆଜି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବୌଦ୍ଧ ଜିଲ୍ଲାରେ ଆଜି ସ୍କୁଲ, କଲେଜ ଓ ଅଙ୍ଗନୱାଡି ଛୁଟି ରହିଛି। ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଲଗାଣ ବର୍ଷା ଯୋଗୁଁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ମଧ୍ୟ ବାତିଲ କରାଯାଇଛି । ଜି

ରାତି ସାରା ପ୍ରବଳରୁ ଅତି ପ୍ରବଳ ବର୍ଷାରେ ସମ୍ବଲପୁରର ହାଲ ବେହାଲ | ସ୍ଥିତିକୁ ନଜର ରେ ରଖି ସମ୍ବଲପୁର ମହାନଗର ନିଗମ ଓ ଧନକଉଡା ବ୍ଲକର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହା ସହ ରାତି ସାରା ମହାନଗର ନିଗମ କମିଶନର ଓ ଜିଲ୍ଲାପାଳ ବିଭିନ୍ନ ଗଳି ତଥା ପାଣି ପଶି ଥିବା ଆଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେପଟେ ବିଭିନ୍ନ ଗଳି ରେ ପାଣି ପଶିଥିବାବେଳେ ଘର ଗୁଡିକରେ ପାଣି ପଶିଛି| ଧନକଉଡ଼ା ବ୍ଲକରେ ୧୫୮.୧ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି SMC ନ୍ୟୁ ବିଲଡିଂ ଦୁର୍ଗାପାଲି ଅଂଚଳରେ ୧୮୦.୫ ମିମି ବର୍ଷା ରେକର୍ଡ ହୋଇଛି।

ସାରା ରାଜ୍ୟରେ ଗତ ତିନିଦିନ ହେବ ବର୍ଷା ଲାଗି ରହିଥିବା ଭଳି ସୁବର୍ଣ୍ଣପୁର ଜିଲାରେଵି ଘଡଘଡି ସହ ତୁହାକୁ ତୁହା ବର୍ଷା ଲାଗି ରହିଛି l ପ୍ରବଳ ବର୍ଷା ହେବାରୁ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମି ରହି କୃତ୍ରିମ ବନ୍ୟା ସୃଷ୍ଟି ହେଲାଣି l ଜିଲ୍ଲାର ସଦର ମହକୁମା ଜୟଗୁରୁ ଠାରୁ କଚେରୀ ଛକକୁ ଯିବା ରାସ୍ତାରେ ଡ୍ରେନେଜ ଅସୁବିଧା ପାଇଁ ବର୍ଷା ପାଣି ଜମି ରହିଛି l

ରାସ୍ତା ଉପରେ ବର୍ଷା ପାଣି ଲହଡି ମାରୁଛି l ଠିକ ସେହିଭଲି ବିରମହାରାଜପୁର ବ୍ଲକ କାର୍ଯାଳୟ ଠାରେ ଓ ବିନିକା ଅବକାରୀ ଥାନା ପଛପଟେ ବର୍ଷା ପାଣି ଜମି ରହିଥିବାରୁ ଘରୁ ଲୋକେ ବାହାରିପାରୁନାହାନ୍ତି l ଆଜି ପ୍ରବଳ ବର୍ଷା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିକ୍ଷ୍ୟାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିଛନ୍ତି l

Source link



Source link

Leave A Reply

Your email address will not be published.