Voice of Eastern India

କଟକରେ ନିଆଳି ଅପମିଶ୍ରିତ ପନିର ଜବତ ଘଟଣା: ଜଣେ ବ୍ୟବସାୟୀ ଗିରଫ


କଟକ: ନିଆଳି ଅପମିଶ୍ରିତ ପନିର ଘଟଣାକୁ ନେଇ ଆରମ୍ଭ ହୋଇଛି ଗିରଫଦାରୀ। ଘଟଣାରେ ଜଣେ ପନିର ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ୧୩ ଜଣ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଅପମିଶ୍ରିତ ପନିର କାରବାରରେ ସମ୍ପୃକ୍ତ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଗିରଫ ହୋଇଥିବା ପନିର ବ୍ୟବସାୟୀ ହେଲେ ଗଗନ ଓରଫ ମନୋରଞ୍ଜନ ବେହେରା। ମଧୁପାଟଣା ଥାନା ପୋଲିସ ନିଆଳି ଅଞ୍ଚଳରୁ ତାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, କଟକ ଲିଙ୍କ୍ ରୋଡ୍ରୁ ପ୍ରାୟ ୭୦ କ୍ୱିଣ୍ଟାଲ ପନିର ଜବତ କରାଯାଇଥିଲା। ପରେ ଏହି ପନିରର ନମୁନା ଲାବରେଟୋରିରେ ପରୀକ୍ଷା କରାଯିବା ପରେ ଏହା ଅପମିଶ୍ରିତ ଥିବା ଜଣାପଡ଼ିଥିଲା। ଘଟଣା ସାମ୍ନାକୁ ଆସିବା ପରେ କଟକ ମହାନଗର ନିଗମ (ସିଏମ୍ସି) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା।

ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଗଗନ ଓରଫ ମନୋରଞ୍ଜନ ବେହେରାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଘଟଣାରେ ଆଉ ୧୩ ଜଣଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ପହଞ୍ଚିବା ପରେ ମାମଲାଟି ଅଧିକ ଚର୍ଚ୍ଚାରେ ରହିଛି। ଅପମିଶ୍ରିତ ପନିର କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।

Source link



Source link

Leave A Reply

Your email address will not be published.