Voice of Eastern India

କର୍କଟ ରାଶି ବ୍ୟକ୍ତିଙ୍କୁ ଦିନଟି ମିଶ୍ରିତ ଫଳ ଦେବ, କାର୍ଯ୍ୟରେ ସତର୍କ ରୁହନ୍ତୁ


ମେଷ– ଦିନଟି ସାଧାରଣ ରହିବ। ସକାଳେ କାମରେ ଗତି ଆସିବ। ନୂତନ ଯୋଜନା ସଫଳ ହେବ। ଦ୍ବିପ୍ରହର ପରେ କିଛି ଆଳସ୍ୟତା ଅନୁଭବ ହେବ। ପରିବାରର ସହଯୋଗ ମିଳିବ। ଧନ ଦିଗରେ ମଧ୍ୟମ ଫଳ ମିଳିବ।

ବୃଷ– ଘାତ ଚନ୍ଦ୍ର ପ୍ରଭାବରୁ ଦିନଟି କିଛି କଷ୍ଟଦାୟକ ହୋଇପାରେ। ମାନସିକ ଚାପ ବଢ଼ିପାରେ। ଧନ କାର୍ଯ୍ୟରେ ସତର୍କ ରୁହନ୍ତୁ। ବିବାଦରୁ ଦୂରେ ରହିବା ଭଲ।ଶାନ୍ତ ମନରେ କାମ କରନ୍ତୁ।

ମିଥୁନ– କିଛି କାମରେ ବାଧା ଆସିପାରେ। ମନରେ ଅସ୍ଥିରତା ଦେଖାଯିବ। ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସକାଳେ ସ୍ଥିତି ଭଲ ରହିବ। ଦ୍ବିପ୍ରହର ପରେ ସାବଧାନ ରୁହନ୍ତୁ। ଧୈର୍ଯ୍ୟ ରଖିଲେ ମଧ୍ୟମ ଫଳ ମିଳିବ।

କର୍କଟ– ଦିନଟି ମିଶ୍ରିତ ଫଳ ଦେବ। କାର୍ଯ୍ୟରେ ସତର୍କ ରୁହନ୍ତୁ। କିଛି ଚିନ୍ତା ବଢ଼ିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଧୈର୍ଯ୍ୟ ରଖିବା ଆବଶ୍ୟକ।

ସିଂହ– ଭଲ ସୁଯୋଗ ମିଳିପାରେ। କାର୍ଯ୍ୟରେ ସଫଳତା ଆସିବ। ଉପରିସ୍ଥ ପ୍ରଶଂସା ମିଳିପାରେ। ଧନ ଲାଭ ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବଢ଼ିବ। ଦିନଟି ଶୁଭ ରହିବ।

କନ୍ୟା– ସକାଳେ ଚନ୍ଦ୍ର ପ୍ରଭାବରୁ ମନ ସ୍ଥିର ରହିବ। କାମ ସହଜରେ ସମ୍ପନ୍ନ ହେବ। ନୂତନ ଯୋଜନାରେ ସଫଳତା ମିଳିବ। ଆରୋଗ୍ୟ ଦିଗରେ ସତର୍କ ରୁହନ୍ତୁ। ମଧ୍ୟମ ଫଳ ମିଳିବ।

ତୁଳା– ଘାତ ବାର ଥିବାରୁ ଦିନଟି ସତର୍କତାରେ କାଟନ୍ତୁ। କାର୍ଯ୍ୟରେ ବାଧା ଆସିପାରେ। ବିବାଦରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ମାନସିକ ଚାପ ଦେଖାଯିବ। ଧୈର୍ଯ୍ୟ ରଖନ୍ତୁ।

ବିଛା– ସମୟ ଆପଣଙ୍କ ପକ୍ଷରେ ରହିବ। କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରରେ ଖୁସି ରହିବ। ଧନ ଲାଭ ହେବ। ଦିନଟି ଭଲ ରହିବ।

ଧନୁ– ଦିନଟି ସାଧାରଣ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ଧନ ଦିଗରେ ଉନ୍ନତି ହେବ। ପରିବାରର ସହଯୋଗ ମିଳିବ। ଯାତ୍ରାର ସମ୍ଭାବନା ରହିଛି। ଧୈର୍ଯ୍ୟ ରଖନ୍ତୁ।

ମକର– କାର୍ଯ୍ୟକ୍ଷେତ୍ରରେ ଭଲ ପରିଣାମ ମିଳିବ। ନୂତନ ସୁଯୋଗ ମିଳିପାରେ। ଉପରୋକ୍ତଙ୍କର ସହଯୋଗ ମିଳିବ। ଧନ ଲାଭ ସମ୍ଭାବନା ରହିଛି। ପରିବାରରେ ଶାନ୍ତି ରହିବ। ଦିନଟି ଶୁଭ ରହିବ।

କୁମ୍ଭ– ଘାତ ବାର ପ୍ରଭାବରୁ ଦିନଟି କିଛି କଷ୍ଟଦାୟକ ହୋଇପାରେ। କାମରେ ବାଧା ଆସିପାରେ। ମାନସିକ ଚାପ ବଢ଼ିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ସତର୍କ ରୁହନ୍ତୁ।

ମୀନ– ଦିନଟି ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ। ମନ ଖୁସି ରହିବ। ପରିବାରରେ ଖୁସି ରହିବ। ଧନ ଲାଭ ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବଢ଼ିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.