କୋଳଥିଆ ହତ୍ୟା ମାମଲାରେ ନୂଆ ଟୁଇଷ୍ଟ : ପ୍ରେମ ପାଇଁ ବାପ-ପୁଅକୁ ପିଟି ପିଟି ମାରିଦେଲେ ! ମେଡିକାଲରେ ସଂଘର୍ଷ କରୁଛି ଝିଅ
ଭୁବନେଶ୍ୱର ୩୦।୦୬ : ଭୁବନେଶ୍ୱର କୋଳଥିଆ ଛକରେ କୃଷ୍ଣଚନ୍ଦ୍ର ପାଢୀ ହତ୍ୟା ଘଟଣା । ପ୍ରେମ ପାଇଁ ଡବଲ ମର୍ଡର ହୋଇଥିବା ଅଭିଯୋଗ ହୋଇଛି । ପୁଅ କୃଷ୍ଣ ପାଢ଼ୀଙ୍କ ହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ହିମାଂଶୁ ପାଢ଼ୀଙ୍କ ବି ମୃତ୍ୟୁ ହୋଇଛି। ଏବେ ବି ଭଉଣୀ ଏମ୍ସରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅନ୍ୟପଟେ ଧରାପଡ଼ିଥିବା ୨ ଅଭିଯୁକ୍ତ ନାବାଳକ ବୋଲି ଜଣାପଡ଼ିଛି । ୨ ନାବାଳକଙ୍କୁ ଘଟଣା ସମ୍ପର୍କରେ ଜେରା କରୁଛି ପୋଲିସ।
ଖବର ଅନୁସାରେ, ସୋମବାର ରାତି ୨ଟାରେ କିଛି ଦୁର୍ବୃତ୍ତ ମୁଖା ପିନ୍ଧି ପାଚେରି ଡେଇଁ ତାଙ୍କ ଘରକୁ ପଶିଥିଲେ । ସେମାନେ କୃଷ୍ଣଙ୍କୁ ଘରୁ ଘୋଷାଡ଼ି ଆଣି ମୁଣ୍ଡକୁ ବାରମ୍ବାର ଲୁହାରଡ୍ରେ ପିଟିଥିଲେ । ରକ୍ତ ଜୁଡୁବୁଡୁ ହୋଇ କୃଷ୍ଣ ବିକଳ ଚିତ୍କାର କରିଥିଲେ ହେଁ ଦୁର୍ବୃତ୍ତଙ୍କ ଆକ୍ରମଣ ଥମିନଥିଲା। ଏପିରିକି ଉଦ୍ଧାର ପାଇଁ ଯାଇଥିବା ବାପା ହିମାଂଶୁ ଓ ଭଉଣୀ ତାପସୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ିଲେନି। ବାପାଙ୍କୁ ପିଟିପିଟି ଗୁରୁତର କରିଦେଇଥିଲେ। ଦୁର୍ବୃତ୍ତଙ୍କ ବୀଭତ୍ସ ହତ୍ୟାକାଣ୍ଡରୁ ଲାଗୁଥିଲା ଯେମିତି ପୂରା ପରିବାରକୁ ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ସେମାନେ ଆସିଥିଲେ ।
Also Read:-ବର୍ବରତାରେ ଆଉ ଏକ ଚିତ୍ର : ଚୋରି ସନ୍ଦେହରେ ବାନ୍ଧିଲେ, ନିସ୍ତୁକ ପିଟି ପିଟି ମାରିଦେଲେ…
ସେପଟେ ଖଣ୍ଡଗିରି ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଇଥିଲା ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କ୍ୱାଡ୍ ଘଟଣାସ୍ଥଳରେ ତନାଘନା କରିଥିଲା । ହେଲେ ଏବେ ଯାଏଁ କିଛି ସୁରାକ ମିଳିଲାନି । ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା । ପୋଲିସ୍ ରାତିରେ ୨ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।
