Voice of Eastern India

ଝରକା ତାଡ଼ି ପଶିଲେ, ଫେଲ୍ ମାରିଲେ ; CCTV ଫୁଟେଜ୍‌ରୁ ଲୁଟେରାଙ୍କୁ ଖୋଜୁଛି ପୋଲିସ


ବଡ଼ବିଲ ୨୨।୮: ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ଫେଲ୍ । ରାତିରେ ଝରକା ତାଡ଼ି ବ୍ୟାଙ୍କରେ ଲୁଟ୍ ଉଦ୍ୟମ କରି ବିଫଳ ହେଲେ ଲୁଟେରା । ଟଙ୍କା କିମ୍ବା କୌଣସି ମୂଲ୍ୟବାନ ସାମଗ୍ରୀ ଲୁଟିବାରେ ବିଫଳ ହୋଇଛନ୍ତି ଲୁଟେରା । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଲୁଟ୍ ଉଦ୍ୟମ ହୋଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ କଣ୍ଡରା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଲୁଟ୍ ଉଦ୍ୟମ ହୋଇଛି । ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ବ୍ୟାଙ୍କ୍ ପଛପଟେ ଥିବା ଝରକା ତାଡ଼ି ଭିତରକୁ ପଶିଥିଲେ ଦୁର୍ବୃତ୍ତ । ବ୍ୟାଙ୍କର ବିଭିନ୍ନ ଡ୍ରୟର ଖୋଲି କାଗଜପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିଛନ୍ତି ଦୁର୍ବୃତ୍ତ । ବ୍ୟାଙ୍କ୍ ଲକର୍ ସୁରକ୍ଷିତ ରହିଥିବା ଜଣାପଡ଼ିଛି । ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ଛାନଭିନ୍ ପାଇଁ ଫୋରେନସିକ୍ ଟିମ୍କୁ ମଧ୍ୟ ଡକାଯାଇଛି ।

 

ଲୁଟ୍ ଉଦ୍ୟମ ବେଳର ସମସ୍ତ ଦୃଶ୍ୟ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଘଟଣାରେ ଏକାଧିକ ଦୁର୍ବୃତ୍ତ ସାମିଲ ଥିବା ଜଣାପଡ଼ିଛି । ତେବେ ବ୍ୟାଙ୍କରେ କୌଣସି ସୁରକ୍ଷାକର୍ମୀ ନଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରାଙ୍କୁ ଚିହ୍ନଟ ପାଇଁ ପୋଲିସ ଚେଷ୍ଟା ଚଳାଇଛି ।

Source link



Source link

Leave A Reply

Your email address will not be published.