Voice of Eastern India

ତେଲେଙ୍ଗାନା ମନ୍ତ୍ରିମଣ୍ଡଳ ହେଲା Degital, ମନ୍ତ୍ରୀମାନଙ୍କୁ ଦିଆଗଲା Tablet


ହାଇଦ୍ରାବାଦ : ତେଲେଙ୍ଗାନା ସରକାର ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକକୁ ସମ୍ପୂର୍ଣ୍ଣ କାଗଜ ରହିତ (ପେପରଲେସ୍) କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ ମୁଖ୍ୟମନ୍ତ୍ରୀ ତେଲେଙ୍ଗାନା ଡିଜିଟାଲ କ୍ୟାବିନେଟ୍ ପ୍ରଣାଳୀକୁ ଲାଗୁ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ସୂଚନାଓ ପ୍ରଯୁକ୍ତି ମନ୍ତ୍ରୀ ଡି.ଶ୍ରୀଧର ବାବୁ ମୁଖ୍ୟମନ୍ତ୍ରୀ ଓ ସବୁ ମନ୍ତ୍ରୀଙ୍କୁ ଟାବଲେଟ୍ ବିତରଣ କରିଛନ୍ତି।

ନୂଆ ବ୍ୟବସ୍ଥା ଅନୁସାରେ ଏବେ ମନ୍ତ୍ରିମଣ୍ଡଳ ବୈଠକ କାଗଜ ରହିତ ହେବ। ଏଣୁ କାର୍ଯ୍ୟ କୁଶଳତା, ପାରଦର୍ଶିତା ଓ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ମିଳିବ। ମନ୍ତ୍ରିମଣ୍ଡଳ ବୈଠକର ଏଜେଣ୍ଡା ଓ ଅନ୍ୟ ଜରୁରି କାଗଜପତ୍ର ଏବେ ଏହି ଟାବଲେଟ ଜରିଆରେ ମନ୍ତ୍ରୀମାନଙ୍କୁ ଉପଲବ୍ଧ କରାଯିବ। ଗୁରୁବାର ଅନୁଷ୍ଠିତ ବୈଠକରେ ମୁଖ୍ୟ ସଚିବ ଓ ଅନ୍ୟ ଅଧିକାରୀ ଭାଗ ନେଇ ନଥିଲେ। ତେବେ କୁହାଯାଉଛି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ବୈଠକରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।

ତେଲେଙ୍ଗାନା ମନ୍ତ୍ରିମଣ୍ଡଳ ପଡୋଶୀ ଆନ୍ଧ୍ରପ୍ରଦେଶ ସରକାଙ୍କ ୨ ବର୍ଷ ପରେ ପେପର ଲେସ୍ ପ୍ରଣାଳୀ ଆପଣେଇଛି। ଆନ୍ଧ୍ରପ୍ରଦେଶ ସରକାର ୨୮ ଅଗଷ୍ଟ ୨୦୨୪ରେ କ୍ୟାବିନେଟ୍ ବୈଠକକୁ ସମ୍ପୂର୍ଣ୍ଣ ଡିଜିଟାଲ କରି ଇ-କ୍ୟାବିନେଟ୍ ପ୍ରଣାଳୀ ଲାଗୁ କରିଥିଲେ। ଆନ୍ଧ୍ରପ୍ରଦେଶରେ ମନ୍ତ୍ରୀମାନଙ୍କୁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି) ନୂଆ ଦିଲ୍ଲୀଙ୍କ ଦ୍ୱାରା ବିକଶିତ ଇ-କ୍ୟାବିନେଟ୍ ଆପ୍ଲିକେସନ ଥିବା ଆଇପ୍ୟାଡ୍ ଉପଲବ୍ଧ କରାଯାଇଥିଲା।

ଏହା ପୂର୍ବରୁ ୨୦୧୪-୨୦୧୯ ମଧ୍ୟରେ ତେଲଗୁ ଦେଶମ ପାର୍ଟି (ଟିଡିପି) ସରକାର କାଳରେ ମଧ୍ୟ ଆନ୍ଧ୍ରପ୍ରଦେଶ ମନ୍ତ୍ରିମଣ୍ଡଳ ବୈଠକ ଗୁଡିକ ପେପରଲେସ୍ ହେଉଥିଲା। ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ୨୦୧୪ରେ ରାଜ୍ୟ ବିଭାଜନ ପରେ ମୁଖ୍ୟମନ୍ତ୍ରୀ ହେବାର ୧୦୦ ଦିନ ପରେ ରାଜ୍ୟରେ ଇ-କ୍ୟାବିନେଟ୍ ବୈଠକ ଆରମ୍ଭ କରିଥିଲେ। ତେବେ ପରେ ୱାଇଏସଆର କଂଗ୍ରେସ ସରକାର ଇ-ବୈଠକର ଏହି ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ପେପରଲେସ୍ ବ୍ୟବସ୍ଥା ପରିବେଶ ଅନୁକୂଳ ହେବା ସହ ପ୍ରଶାସନିକ କାର୍ଯ୍ୟକୁଶଳତା ମଧ୍ୟ ବଢେ। ଇ-କ୍ୟାବିନେଟ୍ ଆପ୍ଲିକେସନ ମାଧ୍ୟମରେ ମନ୍ତ୍ରୀଙ୍କୁ କେଉଁଠି ଓ କେବେବି ଆବଶ୍ୟକ କାଗଜପତ୍ର ଓ ସମ୍ପର୍କିତ ସୂଚନା ପର୍ଯ୍ୟନ୍ତ ପହଞ୍ଚ ମିଳିପାରିବ।

Source link



Source link

Leave A Reply

Your email address will not be published.