Voice of Eastern India

ଦିଲ୍ଲୀ: ସିଏନ୍‌ଜି ପମ୍ପରେ ସିଲିଣ୍ଡର ବୋଝେଇ ଟ୍ରକରେ ଭୟଙ୍କର ବିସ୍ଫୋରଣ; ୨ ମୃତ, ୪ ଗୁରୁତର


ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଟିକ୍ରି କଲାନ୍ ଅଞ୍ଚଳରେ ଥିବା ଏକ ସିଏନ୍ଜି ପମ୍ପରେ ବୁଧବାର ଅପରାହ୍ନରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସିଏନଜି ସିଲିଣ୍ଡର ବୋଝେଇ ଏକ ଟ୍ରକରେ ଆକସ୍ମିକ ନିଆଁ ଲାଗିଯିବା ପରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩:୪୬ ସମୟରେ ଟିକ୍ରି କଲାନ ସ୍ଥିତ ଇନ୍ଧନ ପମ୍ପରେ ଠିଆ ହୋଇଥିବା ସିଏନ ସିଲିଣ୍ଡର ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ନେଇଥିଲା ଏବଂ ସିଲିଣ୍ଡରଗୁଡ଼ିକ ବିକଟାଳ ଶବ୍ଦ କରି ଫାଟିବାକୁ ଲାଗିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ପମ୍ପ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା।

Also read: ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଆମେରିକୀୟ ରାଷ୍ଟ୍ରଦୂତଙ୍କ ବୟାନରେ ପାକିସ୍ତାନକୁ ହେବ ଜଳାପୋଡ଼ା

ଖବର ପାଇବା କ୍ଷଣି ଦିଲ୍ଲୀ ପୁଲିସ, ଦମକଳ ବାହିନୀ ଓ ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ୍ୟୁବରଣ କରିଥିବା ଦୁଇ ଜଣ ବ୍ୟକ୍ତି ସେହି ସିଏନ୍ଜି ପମ୍ପର କର୍ମଚାରୀ ବୋଲି ପୁଲିସ ସ୍ପଷ୍ଟ କରିଛି। ଆହତ ୪ ଜଣଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି।

ଟ୍ରକରେ ନିଆଁ କେଉଁ କାରଣରୁ ଲାଗିଲା ଏବଂ ଏହି ଭୟଙ୍କର ବିସ୍ଫୋରଣ ପଛର ମୁଖ୍ୟ କାରଣ କ’ଣ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୁଲିସ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳର ଯାଞ୍ଚ କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳର ଆକଳନ କରୁଛନ୍ତି। ଦୁର୍ଘଟଣାର ପୂରା କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।

Source link



Source link

Leave A Reply

Your email address will not be published.