Voice of Eastern India

ନଦୀ କୂଳରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ? ବଢ଼ିଲା ସନ୍ଦେହ


ବାଲେଶ୍ବର: ନଦୀ କୂଳରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ଚାରିଗୋଛିଆ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ କୂଳରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ, ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ଦ୍ଵିପ୍ରହର ସମୟରେ ସ୍ଥାନୀୟ ଲୋକ ନଦୀ କୂଳରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ଚାନ୍ଦିପୁର ଥାନା ପୋଲିସକୁ ଖବର ଦେଇଥିଲେ। ଯୁବତୀଙ୍କ ବୟସ ପ୍ରାୟ ୧୮ ବର୍ଷା ହେବା ନେଇ ଅନୁମାନ କରାଯାଉଛି।

Also Read: ଅନୁଗୋଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ! ଜ୍ବରରେ ଗଲା ଜଣଙ୍କ ଜୀବନ, ଏବେବି ୫ ଆକ୍ରାନ୍ତ

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ପୁଲିସ ନିଜ ଆଡ଼ୁ କେସ୍ ନଂ ୧୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ପରିଚୟ ଜାଣିବା ପାଇଁ ଆଖପାଖ ଅଞ୍ଚଳର ଥାନାଗୁଡ଼ିକୁ ମଧ୍ୟ ସୂଚନା ଦିଆଯାଇଛି ଏବଂ ନିକଟ ଅତୀତରେ କୌଣସି ନିଖୋଜ ରିପୋର୍ଟ ଦାୟର ହୋଇଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି କାରଣରୁ ଯୁବତୀଙ୍କ ମୃତ୍ୟୁ ଘଟିଛି ? ସେ ସମ୍ପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Source link



Source link

Leave A Reply

Your email address will not be published.