Voice of Eastern India

ବହୁ ଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲା, IPS ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ


ଭୁବନେଶ୍ଵର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ ଆଇପିଏଲ୍ ଅଫିସର ଦୟାଲ ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୌମ୍ୟ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗଓ୍ଵାର ବିବାଦ ଘେରକୁ ଆସିଥିଲେ। ଗଙ୍ଗଓ୍ଵାର ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ମାଆ।

ଏହି ହାଇପ୍ରୋଫାଇଲ୍ ମାମଲାରେ ଆଇପିଏସ୍ ଗଙ୍ଗୱାରଙ୍କ ସମ୍ପୃକ୍ତିକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ ସରକାରଙ୍କ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପୋଲିସ ମହଲରେ କମ୍ପନ ସୃଷ୍ଟି କରିଛି।ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଅଞ୍ଚଳର ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ଭିଡ଼ହତ୍ୟା ଘଟଣାରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ କାର୍ଯ୍ୟଶୈଳୀକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଥିଲେ। ସୌମ୍ୟଙ୍କ ମାଆ ଅଭିଯୋଗ କରିଥିଲେ ଯେ, ଉକ୍ତ ପୋଲିସ ଅଧିକାରୀ ଜଣକ ତାଙ୍କ ପୁଅକୁ ଦୀର୍ଘ ଦିନ ଧରି ପ୍ରବଳ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ପୁଅର ହତ୍ୟାକାଣ୍ଡ ପଛରେ ଗଙ୍ଗଓ୍ଵାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଉଠିଥିଲା।

Also Read: ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ, ଗୁପ୍ତାଙ୍ଗରୁ ଡାକ୍ତର ବାହାର କଲେ ଗୁଳି-ପଥର !

ସୌମ୍ୟଙ୍କ ପରିବାରର ଏହି ସଙ୍ଗୀନ ଅଭିଯୋଗ ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମାମଲାର ଗମ୍ଭୀରତା ଏବଂ ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।

ତଦନ୍ତ ପରିସରକୁ ଆସିବେ ଗଙ୍ଗୱାର

ଚାକିରିରୁ ନିଲମ୍ବିତ ହେବା ପରେ ଏବେ ଦୟାଲ ଗଙ୍ଗୱାରଙ୍କ ଅଡ଼ୁଆ ଆହୁରି ବଢ଼ିବାକୁ ଯାଉଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ଏବଂ ତାଙ୍କୁ ଜେରା କରାଯିବାର ମଧ୍ୟ ସମ୍ଭାବନା ରହିଛି। ସରକାରଙ୍କ ଏହି କଠୋର ଆଭିମୁଖ୍ୟ ପରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି।

Also Read: ଆତ୍ମଘୋଷିତ ବାବାର କଳା କାରନାମା: ମହିଳାଙ୍କୁ ୧୫ ବର୍ଷ ଧରି ଯୌନ ନିର୍ଯାତନା ଅଭିଯୋଗରେ ହେଲେ ଗିରଫ

ଉଲ୍ଲେଖନୀୟ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ଏନଏଚଆରସି ଛାନଭିନ କରିବା ପରେ ହିଁ ଆଇପିଏସ ସନ୍ତୋଷ ଗଙ୍ଗଓ୍ଵାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ହେଁ ଏଥିରେ ସନ୍ତୁଷ୍ଟ ନ ଥିଲେ ସୌମ୍ୟଙ୍କ ପରିବାର ଲୋକ। ହେଲେ ଏନଏଚଆରସି ତଦନ୍ତ ପରିସରକୁ ବ୍ୟାପକ କରିଥିଲେ।

NHRC ଟିମ୍ ଗୋଟିଏ ଦିନରେ ୪ ସ୍ଥାନରେ ଛାନଭିନ କରିଥିଲେ। ଷ୍ଟେଟ୍ ଗେଷ୍ଟ ହାଉସରେ ADGଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ DSPଙ୍କ ସମେତ ୭ଜଣଙ୍କୁ ପଚରା ଉଚରା କରିଛନ୍ତି ଟିମ୍ । ଏହି ୭ଜଣଙ୍କ ଭିତରେ ADGଙ୍କ ଘରେ ନିୟୋଜିତ କନଷ୍ଟେବଲ, ୨ଜଣ PSO, ଡ୍ରାଇଭର ଅଛନ୍ତି। ପରେ ଅପରାହ୍ଣରେ କ୍ରାଇମ ସ୍ପଟକୁ ଯାଇ, କେଉଁ ପରିସ୍ଥିତିରେ ସୌମ୍ୟଙ୍କ ହତ୍ୟା ହେଲା ତାହା ଜାଣିବାକୁ ଚାହିଁଥିଲେ। ସେଠାରେ ଥିଲେ ବାଲିଅନ୍ତାର ତତ୍କାଳୀନ ପୋଲିସ ଅଧିକାରୀ ଅନୀଲ ପରିଡ଼ା। ଏନଏଚଆରସି ସଦସ୍ୟ ତାଙ୍କୁ ପଚରାଉଚରା କରିଥିଲେ।

Source link



Source link

Leave A Reply

Your email address will not be published.