Voice of Eastern India

ବିଶ୍ୱକପ୍ ଖେଳିବେ ଭୁବନେଶ୍ୱର କୁମାର ! ପୂର୍ବତନ କ୍ରିକେଟରଙ୍କ କଥା ଶୁଣି ଫ୍ୟାନ୍ସ୍ ଖୁସ୍


ନୂଆଦିଲ୍ଲୀ, ୩୧। ୦୭ : ଆଉ ୧୪ ମାସ ପରେ ଖେଳାଯିବ ୨୦୨୭ ବିଶ୍ୱକପ୍ । ଏବେଠୁ ସବୁ ଦଳ ପ୍ରସ୍ତୁତି କରିବା ଆରମ୍ଭ କରିଦେଲେଣି । ନିଜ ନିଜର ଗେମ୍ ପ୍ଲାନ୍ ତିଆରି କରୁଛନ୍ତି । କାହାକୁ ଖେଳାଇବେ ଏବଂ କାହାକୁ ନୁହେଁ ସେନେଇ ରଣନୀତି ଚାଲିଛି । ଏହାମଧ୍ୟରେ ଭାରତ ମଧ୍ୟ ଶକ୍ତିଶାଳୀ ଟିମ୍ ପଠାଇବାକୁ ଲକ୍ଷ୍ୟ ରଖିଛି । ହେଲେ ଅନେକ ଭେଟେରାନଙ୍କ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ଏସବୁ ମଧ୍ୟ ପୂର୍ବତନ ବୋଲର ଆର ଅଶ୍ୱୀନ ଏକ ବଡ଼ କଥା କହିଛନ୍ତି । ସେ ଜଣେ ଦମଦାର ଖେଳାଳିଙ୍କୁ ସୁଯୋଗ ଦେବେ ଭାରତ ଭଲ କରିବ ବୋଲି ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛନ୍ତି ।

ଅଶ୍ୱୀନ୍ କହିଛନ୍ତି ଯେ, ଭୁବନେଶ୍ୱର କୁମାରଙ୍କୁ ବିଶ୍ୱକପ୍ ଟିମରେ ସୁଯୋଗ ମିଳିବା ଦରକାର । ସେ ଆରସିବି ପକ୍ଷରୁ ଆଇପିଏଲ ଖେଳି ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି । ୨୦୨୬ ଆଇପିଏଲରେ ସେ ୨୮ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । ତାଙ୍କୁ ବିସିସିଆଇ ବୋଲର ଭାବେ ଚୟନ କରିବା ଆବଶ୍ୟକ । ଦକ୍ଷିଣ ଆଫ୍ରିକାରେ ଭୁବନେଶ୍ୱର ଭଲ ସିମ୍ ଏବଂ ସ୍ୱିମ୍ କରିପାରିବେ । ସେଠାରେ ସେ ଅନେକ ମ୍ୟାଚ୍ ଖେଳିଛନ୍ତି ।

Also Read :- ଆମେରିକା-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ : ୧୬ ଭାରତୀୟ ମୃତ, ୭୫ ଆହତ

ଅଶ୍ୱୀନ ଆହୁରି କହିଛନ୍ତି ଯେ, ସେ ଭୁବନେଶ୍ୱର କୁମାରଙ୍କ ସହ କଥା ହେବେ । ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ କହିବେ । ଯାହା ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ କରିବ । ଏହାଦ୍ୱାରା ସେ ବିସିସିଆଇର ଭରସା ମଧ୍ୟ ଜିତିପାରିବେ ।

ସୂଚନାଯୋଗ୍ୟ, ବିସିସିଆଇ ଦିନିକିଆ ବିଶ୍ୱକପ୍ ପାଇଁ ଏକ ଯୁବ ବୋଲିଂ ବାହାନୀ ଖେଳାଇବାକୁ ଚାହୁଁଛି । ଏଥିପାଇଁ ୧୫ ଜଣିଆ ତାଲିକା ପ୍ରସ୍ତୁତ ହୋଇଛି । ଯେଉଁଥିରେ ପୂର୍ବର ମ୍ୟାଚ୍ ଓ୍ୱିନିଂ ବୋଲରଙ୍କୁ ସ୍ଥାନ ମିଳିନି । ମହମ୍ମଦ ଶାମି ଏବଂ ଭୁବନେଶ୍ୱର ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରୁଥିଲେ ବି କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ସୁଯୋଗ ମିଳୁନି । ଯାହାକୁ ଅନେକ ପୂର୍ବତନ ବରିଷ୍ଠ କ୍ରିକେଟର ନାପସନ୍ଦ କରିଛନ୍ତି ।

Source link



Source link

Leave A Reply

Your email address will not be published.