Voice of Eastern India

ବୁଲା କୁକୁରଙ୍କ ଭୟରେ ଛୁ ମାରିଲେ ଚୋର ! CCTVରେ କଏଦ ଚୋରି ବେଳର ଦୃଶ୍ୟ


ଆନନ୍ଦପୁର ୧୬।୭: ରାତି ଅଧରେ ଗାଁରେ ପଶିଲେ ଚୋର । ଜଣଙ୍କ ଘରୁ ନଗଦ ଟଙ୍କା ଆଉ ସୁନା ଅଳଙ୍କାର ଚୋରି କରିଥିଲେ । ପରେ ସାହିର ଅନ୍ଯ ଘରମାନଙ୍କରୁ ଚୋରି ଉଦ୍ୟମ ସମୟରେ ବୁଲା କୁକୁର ଗୋଡାଇବାରୁ ଦୌଡି ପଳାଇଲେ ଚୋର । ଏସବୁ ଘଟଣା ସିସିଟିଭି କ୍ଯାମେରାରେ କଏଦ ହୋଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଖପରାଖାଇ ଶାସନ ଠାରେ ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ।

ଖପରାଖାଇ ଶାସନର ରଜନୀକାନ୍ତ ହୋତାଙ୍କ ଝରକା ଗ୍ରୀଲ୍ ତାଡି ୪ ଜଣ ଚୋର ପ୍ରଥମେ ଘରେ ପଶିଥିଲେ । ଘରେ ଥିବା ଆଲମାରି ଭାଙ୍ଗି ସୁନା ହାର, ମୁଦି ଓ ନଗଦ ୪୫ ହଜାର ଟଙ୍କା ନେଇଯାଇଥିଲେ । ପରେ ସାହିର ଅନ୍ଯ ଲୋକଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରୁଥିବା ସମୟରେ ବୁଲା କୁକୁର ମାନେ ଭୁକିବାକୁ ଲାଗିଥିଲେ । ଏହାସହ ଚୋରଙ୍କୁ ଗୋଡାଇବାକୁ ଲାଗିଥିଲେ ।

Also Read:- ଲଗାଣ ବର୍ଷାରେ ବେହାଲ ବଡମ୍ବା ଓ ନରସିଂହପୁର ; ରାସ୍ତା ଉପରେ ପାଣି, ଅନେକ ଅଞ୍ଚଳ ଜଳମଗ୍ନ

ବୁଲା କୁକୁରଙ୍କ ଭୟରେ ଚୋର ମାନେ ଦୌଡ଼ି ପଳାଉଥିବାର ଦୃଶ୍ଯ ସିସିଟିଭିରେ କଏଦ ହୋଇଛି । ଚୋରି ନେଇ ଅଭିଯୋଗ ପରେ ଘଷିପୁରା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Source link



Source link

Leave A Reply

Your email address will not be published.