Voice of Eastern India

ବ୍ରିଜଭୂଷଣଙ୍କୁ ଆଶ୍ୱସ୍ତି ! ପ୍ରମାଣ ଅଭାବରୁ ଦୋଷମୁକ୍ତ ହେଲେ ପୂର୍ବତନ ସାଂସଦ


ନୂଆଦିଲ୍ଲୀ,୦୩/୦୮:ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ତଥା ଶୋଷଣ ମାମଲାରେ ବ୍ରିଜଭୂଷଣ ସିଂ ଖଲାସ ହୋଇଛନ୍ତି । କୋର୍ଟ ତାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି । ସୋମବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ।

୨୦୨୩ ଜୁଲାଇ ୨୦ ତାରିଖରୁ ବ୍ରିଜଭୂଷଣ ନିୟମିତ ଜାମିନରେ ରହିଥିଲେ । ୨୦୨୪ ମେ ୧୦ ତାରିଖରେ କୋର୍ଟ ଦିଲ୍ଲୀ ପୋଲିସର ଚାର୍ଜସିଟ୍ ଆଧାରରେ ଆଗକୁ ବଢିବା ସହ ଟ୍ରାଏଲ ଆରମ୍ଭ କରିବାକୁ କହିଥିଲେ । ଏବେ କିନ୍ତୁ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଛି । କୋର୍ଟଙ୍କ ଆଦେଶ ପରେ ବ୍ରିଜଭୂଷଣ କହିଛନ୍ତି ଯେ, ସେ ପୂର୍ବରୁ ଯାହା କହୁଥିଲେ ତାହା ପ୍ରମାଣିତ ହୋଇଛି । ଏବେ ସେ କୋର୍ଟଙ୍କ ଲିଖିତ ଆଦେଶକୁ ଅପେକ୍ଷା କରିଛନ୍ତି । ପ୍ରଥମରୁ ତାଙ୍କୁ ଅଭିଯୋଗ ଏବଂ ଅଭିଯୋଗକାରୀଙ୍କ ବୟାନରେ ତାଳମେଳ ନଥିବା ଲାଗୁଥିଲା । କୋର୍ଟ ଖୁବ୍ ଶୀଘ୍ର ଆଦେଶନାମା ଜାରି କରିବେ । ଅନ୍ୟ ଦିଗରେ କୋର୍ଟଙ୍କ ଆଦେଶନାମା ଜାରି ପରେ ହିଁ ଆଗାମୀ ନ୍ୟାୟିକ ପ୍ରକ୍ରିୟା କଥା ସେମାନେ ଭାବିବେ ବୋଲି ବ୍ରିଜଭୂଷଣଙ୍କ ଓକିଲ ପ୍ରକାଶ କରିଛନ୍ତି ।

ସାଢେ ତିନି ବର୍ଷର ପ୍ରକ୍ରିୟା

ଭାରତୀୟ କୁସ୍ତି ମହାସଙ୍ଘର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରାଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । ପ୍ରାୟ ସାଢେ ତିନି ବର୍ଷ ପରେ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ୨୦୨୩ରେ କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରରେ ଧାରଣା ଦେଲା ପରେ ମାମଲା ଲୋକଲୋଚନକୁ ଆସିଥିଲା ।

Also Read :- ରାଜନୀତିରୁ ଦୂରେଇ ଗଲେ ପୂର୍ବତନ BJP ସାଂସଦ, ଶିକ୍ଷକ ଭାବେ ଆରମ୍ଭ କଲେ କ୍ୟାରିଅର : କହିଲେ -‘ଅବସର ପରେ ମିଳିବ ପେନସନ୍’

୨୦୨୩ ଜାନୁଆରୀ ୧୮ ତାରିଖରେ ଜନ୍ତରମନ୍ତରରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଖେଳାଳିମାନେ ତତ୍କାଳୀନ କ୍ରୀଡାମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଶେଷରେ ଏପ୍ରିଲ ୨୫ ତାରିଖରେ ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା । ୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଏଫଆଇଆର ଆଧାରରେ ମାମଲା ରୁଜୁ ହୋଇଥିଲା । ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ବ୍ରିଜଭୂଷଣଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା । ଏହାପରେ ମାମଲା ଚାଲିଥିଲା । ଏପରିକି ୩୨ ଜଣ ସାକ୍ଷୀଙ୍କୁ ପଚରାଉଚୁରା କରାଯାଇଥିଲା । ୯ ଜଣ ସାକ୍ଷୀ ବୟାନ ଦେବା ପୂର୍ବରୁ ପଛକୁ ହଟିଯାଇଥିଲେ ।

Source link



Source link

Leave A Reply

Your email address will not be published.