Voice of Eastern India

ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ଅନେକ ଆହତଙ୍କୁ ମେଡିକାଲରେ ଭର୍ତ୍ତି


ସାଲେପୁର: ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍ । ଏଥରେ ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଘଟିଛି ସାଲେପୁର କାଟକ ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡ଼ା ଛକ ନିକଟରେ। ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଯାତ୍ରୀ ଥିଲେ।

ସୂଚନା ଅନୁସାରେ, ପପୁ ନାମକ ଏକ ଘରୋଇ ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲା। କିନ୍ତୁ ସନ୍ଧ୍ୟାରେ ନାନ୍ଦୋଳଗଡ଼ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ବିଲକୁ ଓଲଟି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିବା ସୂଚନା ମିଳିଛି। ସେପଟେ ଖବର ପାଇ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି।

Source link



Source link

Leave A Reply

Your email address will not be published.