ନୂଆଦିଲ୍ଲୀ, ୨୧/୦୮ : ଭୟଙ୍କର ଭୂମିକମ୍ପ । ଥରିଲା ପେରୁ । ପେରୁର ଦକ୍ଷିଣ ଆଣ୍ଡିଜ୍ ଅଞ୍ଚଳରେ ଗୁରୁବାର ୬.୭ ତୀବ୍ରତାର ଭୂମିକମ୍ପ ଆସିଛି । ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ରିପୋର୍ଟ ଅନୁସାରେ, ପେରୁର ସ୍ଥାନୀୟ ସମୟ ଦ୍ୱିପହର ୧ଟାରେ ଭୂକମ୍ପ ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳୀ ଆୟାକୁଚା ପ୍ରାନ୍ତରୁ ୩୮ କିଲୋମିଟର ଦକ୍ଷିଣରେ ଥିବା ପେରିନାକୋଚାସ ରହିଥିଲା । ଭୂପୃଷ୍ଣରୁ ୬୬.୭ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳୀ ଥିବା ଜଣା ପଡିଛି । ଫଳରେ ଦକ୍ଷିଣ ପେରୁର ଅନେକ ସ୍ଥାନରେ ଝଟକା ଅନୁଭୂତ ହୋଇଛି ।
Also Read :- ଇରାନକୁ ଦରିଦ୍ର କରିଦେବେ ଟ୍ରମ୍ପ୍ ! ନେଲେ ଶପଥ….ଏବେ ଏମିତି ହେବ ଆକ୍ସନ୍
ଝଟକା ଲାଗିବା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ପ୍ରଭାବିତ ଅଞ୍ଚଳରେ ସରକାରୀ ଅଧିକାରୀ ପହଁଚି ସ୍ଥିତିର ଯାଞ୍ଚ କରିଛନ୍ତି । ତେବେ ଏଥିରେ କାହାରି କିଛି କ୍ଷତି ହୋଇଥିବା ସୂଚନା ନାହିଁ । କିନ୍ତୁ କିଛି ସ୍ଥାନରେ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ପେରିନାକୋଚାସ ମେୟର ୟୋନୀ ରେୟେସ କହିଛନ୍ତି ଯେ, ରାଜଧାନୀରେ କ୍ଷୟକ୍ଷତି ହୋଇଥିବା ନେଇ କିଛି ରିପୋର୍ଟ ନାହିଁ । ଯଦି କେହି କ୍ଷତିଗ୍ରସ୍ତ ଥାଆନ୍ତି ତାହାଲେ ସେମାନଙ୍କୁ ରିଲିଫ୍ ପଠାଯିବ ବୋଲି ସେ କହିଛନ୍ତି । ଅନ୍ୟ ଦିଗରେ ଭୂମିକମ୍ପ ପରେ ସୁନାମିର ବିପଦ ନଥିବା ପେରୁ ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
