Voice of Eastern India

ମନ୍ତ୍ରୀଙ୍କ ମାନବିକତା, ଆହତଙ୍କୁ ଦେଖି ଅଟକିଗଲେ, ନିଜ ଗାଡ଼ିରେ ନେଲେ ହସ୍ପିଟାଲ…


ଭୁବନେଶ୍ୱର ୦୫।୦୮ : ମନ୍ତ୍ରୀଙ୍କ ମହାନତା । ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଷ୍ଠାପର ଜନସେବା ଓ ଉଚ୍ଚ ମାନବୀୟ ସମ୍ବେଦନଶୀଳତାର ଆଉ ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି।

ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜଣାଇ ‘ବନ୍ଦେ ମାତରମ୍’ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ, କନିଶି ସ୍ଥିତ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବା ମାନ୍ୟବର ମନ୍ତ୍ରୀ ଦେଖିବାକୁ ପାଇଥିଲେ। ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତମାନଙ୍କ ଚିତ୍କାର ଶୁଣି ମନ୍ତ୍ରୀ ଶ୍ରୀ ଜେନା କ୍ଷଣେ ମାତ୍ର ବିଳମ୍ବ ନକରି ସଙ୍ଗେ ସଙ୍ଗେ ନିଜ କାଫିଲା ରଖିଥିଲେ। ଜଣେ ଦାୟିତ୍ୱବାନ ଜନପ୍ରତିନିଧି ଭାବେ ନିଜର ସମସ୍ତ ସୁରକ୍ଷା ଓ ବ୍ୟକ୍ତିଗତ ବ୍ୟସ୍ତତାକୁ ପଛରେ ପକାଇ, ସେ ନିଜେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଜରୁରୀକାଳୀନ ଚିକିତ୍ସାର ମହତ୍ତ୍ୱକୁ ବୁଝି ସେ ତୁରନ୍ତ ନିଜର ପୋଲିସ ଏସ୍କର୍ଟ ଗାଡ଼ି ମାଧ୍ୟମରେ ସେମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍.କେ.ସି.ଜି. (MKCG) ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ।

Also Read:-ପ୍ରୀତି ଜିଣ୍ଟାଙ୍କ ସହ ଡେଟିଂ ଗୁଜବରେ ମୁହଁ ଖୋଲିଲେ ବ୍ରେଟ୍ ଲି, କହିଲେ-ମିଛ ତଥ୍ୟ ଦିଅନ୍ତୁନି… ଆମେ କେବଳ ଭଲ ବନ୍ଧୁ

କେବଳ ସେତିକି ନୁହେଁ, ଆହତମାନେ ଯେପରି ବିନା ବିଳମ୍ବରେ ଉତ୍ତମ ଓ ଜରୁରୀକାଳୀନ ଚିକିତ୍ସା ସେବା ପାଇପାରିବେ, ସେଥିପାଇଁ ମାନ୍ୟବର ମନ୍ତ୍ରୀ ସିଧାସଳଖ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ଓ ସୁସ୍ଥତା କାମନା କରି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରଦର୍ଶନ କରିଥିବା ଏହି ତ୍ୱରିତ ପଦକ୍ଷେପ ଓ ମାନବୀୟ ମନୋଭାବକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

Watch Video:-

 

Source link



Source link

Leave A Reply

Your email address will not be published.