Voice of Eastern India

ମର୍ମନ୍ତୁଦ ଦୁର୍ଘଟଣା, ଘାଟିରେ ବରଯାତ୍ରୀ ବସ୍ ଓଲଟି ଏକାଧିକ ଆହତ


ବୌଦ୍ଧ: ଘାଟିରେ ଓଲଟିଲା ବରଯାତ୍ରୀ ବସ୍। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଏକ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବୁଲାଣିରେ ଘାଟି ତଳକୁ ଖସିପଡ଼ିଛି ବସ୍। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ଅନେକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି କରିଛି ଅଗ୍ନିଶମ ବାହିନୀ।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ପୁରୁଣାକଟକରୁ ବରଯାତ୍ରୀ ନେଇ କାହ୍ନା ନାମକ ଏକ ଘରୋଇ ବସ୍ କନ୍ଧମାଳ ଜିଲ୍ଲା ଦଡ଼କି ଅଞ୍ଚଳକୁ ଯାଇଥିଲା। ହେଲେ ଫେରିବା ବେଳେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ତେବେ ଖବର ପାଇ ଘଟଣାସ୍ଥଳରେ ସୁଡ଼ୁରୁକୁମ୍ପା ପୋଲିସ ଏବଂ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣା କଟକ ମେଡିକାଲ ନିଆଯାଇଥିବା ବେଳେ ଅନେକଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Also Read: ଗାଡ଼ିରେ ଯାଉଥିଲା ୫୦ ପେଟି ମଦ, ପୋଲିସ ଖୋଜୁଛି ମାଲିକ କିଏ ?

Source link



Source link

Leave A Reply

Your email address will not be published.