Voice of Eastern India

ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ : କାରରୁ ଓହ୍ଲାଇ ଛକ ଉପରେ ପିଟିଲେ, ନିଜକୁ ଜାତୀୟ ଦଳର ନେତା କହିଲେ !


ବ୍ରହ୍ମପୁର,୧୪/୦୮କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କୁ ଗାଳି ଗୁଲଜ କଲେ। ଧକ୍କା ମାରିଲେ। ବୁଝାଇବାକୁ ଆସିଥିବା ମହିଳା କନଷ୍ଟେବଳଙ୍କୁ ଚାପୁଡ଼ା ମାରିଲେ। କେତେବେଳେ ନିଜକୁ ଏକ ରାଷ୍ଟ୍ରୀୟ ଦଳର କର୍ମକର୍ତ୍ତା ତ,କେତେବେଳେ ପ୍ରତିଷ୍ଠିତ ଶିଳ୍ପ ସଂସ୍କାର କର୍ମଚାରୀ ପରିଚୟ ଦେଉଥିଲେ। ଗୁରୁବାର ଅପରାହ୍ନର ଘଟିଛି ଏହି ଘଟଣା। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଟାଉନ୍ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା କରୁଛି ।

ରିପୋର୍ଟ ଅନୁସାରେ, ଗେଟ୍ ବଜାର ଓଭରବ୍ରିଜ୍ ନିର୍ମାଣ କାମ ପାଇଁ ବିଶାଲ ଛକରୁ ଗେଟ ବଜାର ଆଡ଼କୁ ଗାଡ଼ି ଚଳାଚଳରେ କଟକଣା ଲାଗିଛି। ଗୁରୁବାର ଅପରାହ୍ନ ୪ଟାରେ ହଠାତ୍ ଏକ କାର ସେହି ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲା। ସେଠାରେ ସୁରକ୍ଷା ଦାୟିତ୍ଵରେ ଥିବା ଟ୍ରାଫିକ୍ କନେଷ୍ଟବଳ ତାଙ୍କୁ ଅଟକାଇଥିଲେ। ଏହାପରେ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ନିଜକୁ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍କାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। କିନ୍ତୁ ସେଠାରେ ଥିବା ସିକ୍ୟୁରିଟି ତାଙ୍କୁ ଚିହ୍ନି ନଥିବା କହିଥିଲେ।

ଏହାପରେ ଗାଡ଼ି ଅନ୍ୟ ରାସ୍ତାରେ ନେବାକୁ ଟ୍ରାଫିକ୍ କର୍ମଚାରୀ କହିଥିଲେ। ଏହାପରେ ସେହି ଯୁବକ ନିଜକୁ ଏକ ରାଷ୍ଟ୍ରୀୟ ଦଳର ପଦାଧିକାରୀ ବୋଲି ପରିଚୟ ଦେଇଥିଲେ। ତେବେ ନିୟମ ମାନି ଅନ୍ୟ ରାସ୍ତାରେ ଯିବାକୁ ଟ୍ରାଫିକ୍ କର୍ମଚାରୀ ତାଙ୍କୁ ଅନୁରୋଧ କରିଥିଲେ। ଏହାପରେ ଯୁବକ ଟ୍ରାଫିକ୍ କର୍ମଚାରୀଙ୍କୁ ଧକ୍କା ଓ ମୁଥ ମାରିଥିଲେ । ନିକଟରେ ଥିବା ମହିଳା ଟ୍ରାଫିକ କନେଷ୍ଟବଳ ତାଙ୍କୁ ବୁଝାଇବାକୁ ଆସିଥିଲେ। ମହିଳା କନେଷ୍ଟବଳଙ୍କୁ ବି ଯୁବକ ଚାପୁଡ଼ା ମାରିଥିଲେ। ଦୀର୍ଘ ୧୦ ମିନଟ ଧରି ଏହି ଡ୍ରାମା ଚାଲିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Also Read :- ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍, ମନା କରିବେ ସତ୍ତ୍ବେ ପାର୍ କରୁଥିଲେ ପୋଲ

ଘଟଣାକୁ ନେଇ ମହିଳା ଟ୍ରାଫିକ କନେଷ୍ଟବଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ଏ ନେଇ ଟ୍ରାଫିକ୍ ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ କହିଛନ୍ତି,ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଯୁବକ ଓ ଗାଡ଼ି ଚାଳକଙ୍କୁ ପଚରାଉଚରା ଜାରି ରହିଛି।

Source link



Source link

Leave A Reply

Your email address will not be published.