Voice of Eastern India

ମୋହନଲାଲ ଘରେ ୪ଟି ନୁହେଁ, ରଖିଛନ୍ତି ୧୦ଟି ହାତୀ ଦାନ୍ତ, ବନବିଭାଗ କହିଲା-ସେଗୁଡିକର ହେବ DNA ଟେଷ୍ଟ


ତିରୁଅନନ୍ତପୁରମ : ମଲୟାଲମ ଫିଲ୍ମର ଦିଗ୍ଗଜ ଅଭିନେତା ମୋହନଲାଲ ଦୀର୍ଘ ସମୟରୁ ଅବୈଧ ଭାବେ ହାତୀ ଦାନ୍ତ ରଖିବା କାରଣରୁ ମୋକଦ୍ଦମାର ସାମ୍ନା କରୁଥିଲେ। ଏଥିରେ ଏବେ ମୋହନ ଲାଲ ବନ ବିଭାଗର କ୍ଷମା ଯୋଜନାରେ ନୂଆ ଘୋଷଣା କରିଛନ୍ତି। ତାଙ୍କ ପାଖରେ ୪ଟି ହାତୀ ଦାନ୍ତ ଥିବାର ଅଭିଯୋଗ ହୋଇଥିଲା। ତେବେ ମୋହନଲାଲ ତାଙ୍କ ଘରେ ୧୦ଟି ହାତୀ ଦାନ୍ତ ଥିବା ଓ ୧୩ଟି ହାତୀ ଦାନ୍ତ ନିର୍ମିତ କଳାକୃତି ଥିବା ଘୋଷଣା କରିଛନ୍ତି। ଏହି ସବୁ ହାତୀ ଦାନ୍ତ ଓ ମୂର୍ତ୍ତିର ଓଜନ ପାଖାପାଖି ୪୬ କେଜି ହେବ ବୋଲି କହିଛନ୍ତି। ମୋହନଲାଲଙ୍କ ପକ୍ଷରୁ ହାତୀ ଦାନ୍ତରେ ତିଆରି ଯେଉଁ କଳାକୃତିର ସୂଚୀ ଦିଆଯାଇଛି ସେଥିରେ ଶ୍ରୀକୃଷ୍ଣ, ରାମ ଓ ତିରୁପତି ବାଲାଜୀଙ୍କ ମୂର୍ତ୍ତି ଥିବା କହିଛନ୍ତି।

ଏହି ପୁରା ମାମଲା ୨୦୧୧ ମସିହାରେ ତାଙ୍କ ଘରେ ହୋଇଥିବା ଆୟକର ଚଢଉ ସମ୍ପର୍କିତ। ସେତେବେଳେ ତାଙ୍କ ଘରୁ ହାତୀ ଦାନ୍ତ ଓ ଏଥିରେ ତିଆରି କଳାକୃତି ମିଳିଥିଲା। ସେତେବେଳେ ସେ ଗୁଡିକୁ ଜବତ କରିନିଆଯାଇଥିଲା ଓ ବିନା ଅନୁମତିରେ ଏପରି ବନ୍ୟଜୀବଙ୍କ ଅଙ୍ଗରୁ ତିଆରି କଳାକୃତି ରଖିବାର ମୋକଦ୍ଦମା ରୁଜୁ ହୋଇଥିଲା। ତେବେ ମୋହନଲାଲ ସେହି ସବୁ ସାମଗ୍ରୀ ତାଙ୍କୁ ଉତ୍ତରାଧିକାର ଓ ଉପହାରରେ ମିଳିଥିବା ସଫେଇ ଦେଇଥିଲେ। କହିଥିଲେ ଯେ ଏପରି ଜିନିଷ ପାଖରେ ରଖିବା ବେଆଇନ ତାହା ସେ ଜାଣି ନଥିଲେ। ଏବେ ମୋହନ ଲାଲ କହିଛନ୍ତି ଯେ ତାଙ୍କ ପାଖରେ ୧୦ଟି ହାତୀ ଦାନ୍ତ ଅଛି ଓ ଏଥିରେ ତିଆରି ୧୩ଟି ମୂର୍ତ୍ତି ଅଛି। ତେବେ ପୂର୍ବରୁ ତାଙ୍କ ପାଖରେ ୪ଟି ହାତୀ ଦାନ୍ତ ଥିବାର ସରକାରୀ ଭାବେ ସୂଚିତ କରାଯାଇଥିଲା।

ମଲୟତ୍ତୁର ବନ ସଂଭାଗ ବନ କାର୍ଯ୍ୟାଳୟ ଅଧିକାରୀ କହିଛନ୍ତି ଯେ ମୋହନଲାଲ ଏହି ସୂଚନା ବିଭାଗର କ୍ଷମା ଯୋଜନାରେ ଦେଇଛନ୍ତି। ଏହା ଦ୍ୱାରା ଲୋକେ ନିଜ ପାଖରେ ରଖିଥିବା ବନ୍ୟଜୀବଙ୍କ ଦେହାବଶେଷର ସୂଚନା ଖୋଲାଖୋଲି ଦେଇ ପାରିବେ। ତେବେ ଅଧିକାରୀମାନେ କହିଛନ୍ତି ଯେ ମୋହନଲାଲଙ୍କ ଘୋଷଣା ମୁତାବକ ତାଙ୍କ ପାଖରେ ଥିବା ହାତୀ ଦାନ୍ତ ଓ କଳାକୃତିର ଡିଏନଏ ପରୀକ୍ଷଣ ହେବ। ଯାହାଦ୍ୱାରା ଏହା ହାତୀ ଦାନ୍ତର ତାହା ପ୍ରମାଣିତ ହେବ।

Source link



Source link

Leave A Reply

Your email address will not be published.