ପାଟଣା: ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ। ପାଟଣାରେ ବିପଦ ସଙ୍କେତ ପାର କଲା ବୈତରଣୀ। ଏଠାରେ ବିପଦ ସଙ୍କେତ ୩୧୧.୧୦ ମିଟର ଥିବା ବେଳେ ଏବେ ୩୧୨.୩୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବୈତରଣୀ ନଦୀର ପୋଲ ଉପରେ ଛିଡା ହୋଇ ନଦୀ ବଢି ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।
ଏମିତିରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରିବା ସହ ପୋଲ ଉପରେ ଭିଡ଼ ନଜମାଇବା ସହ ସେଲ୍ଫି ଉଠାଇବାକୁ ବାରଣ କରାଯାଉଛି। ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟଙ୍କ ତତ୍ୱାବଧାନରେ ଲୋକଙ୍କୁ ପୋଲ ଉପରେ ଭିଡ଼ ନ ଜମାଇବା ପାଇଁ ସଚେତନ କରାଯାଉଛି।
ସେହିପରି ବୈତରଣୀ ବନ୍ୟାଜଳରେ ଭୀମକୁଣ୍ଡ ଅଶାନ୍ତ ହୋଇପଡ଼ିଛି। ଭୀମକୁଣ୍ଡର ଶାନ୍ତ ସରଳ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ଭୀମକୁଣ୍ଡର ପଥର ଚିରି ଗର୍ଜନ କରି ବନ୍ୟାଜଳ ପ୍ରବାହିତ ହେଉଛି।
