Voice of Eastern India

ଶସ୍ତା ଏବଂ ସହଜରେ ମିଳିବ ରିଚାର୍ଜ ପ୍ଲାନ୍, ଟ୍ରାଇର ନୂଆ ନିୟମ ପରେ ଫାଇଦାରେ ୟୁଜର


ନୂଆଦିଲ୍ଲୀ, ୦୫/୧୦:ଆଜି କାଲି ରିଚାର୍ଜ ପ୍ଲାନ୍ ମହଙ୍ଗା ହେଲାଣି । ଯଦି ଆପଣ ଜିଓ, ଭିଆଇ କିମ୍ବା ଏୟାରଟେଲ୍ ବ୍ୟବହାର କରୁଛନ୍ତି ଏବଂଆବଶ୍ୟକ ଅନୁସାରେ ରିଚାର୍ଜ କରିବାକୁ ଚାହାଁନ୍ତି ତାହାଲେ ଟ୍ରାଇ ନୂଆ ନିୟମ ଆଣିଛି । ବିଭିନ୍ନ ଟେଲିକମ କମ୍ପାନୀଙ୍କୁ ଗ୍ରାହକଙ୍କୁ କପରି ସହଜରେ ରିଚାର୍ଜ ପ୍ଲାନ୍ ବାବଦରେ ତଥ୍ୟ ମିଳିପାରିବ ସେନେଇ ଟ୍ରାଇ୍ ନିର୍ଦ୍ଦେଶ ଦେଇଛି । ଏପରିକି ସମ୍ମୁଖରେ ଏହି ସବୁ ପ୍ଲାନ୍ ଡିସପ୍ଲେ ହେବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏବେ କିଛି ସ୍ୱତନ୍ତ୍ର ରିଚାର୍ଜ ପ୍ଲାନ୍ ଖୋଜିବାରେ ସମସ୍ୟା ହେବ ନାହିଁ । ଆପ୍ଲିକେସନ କିମ୍ବା ଓ୍ୱେବସାଇଟରେ ଭିନ୍ନ ଭିନ୍ନ କାଟାଗୋରୀ ସର୍ଚ୍ଚ କରିବାକୁ ପଡିବ ନାହିଁ । ଟ୍ରାଇ ତରଫରୁ ଧାର୍ଯ୍ୟ ହୋଇଥିବା ସମସ୍ତ ରିଚାର୍ଜ ଭାଉଚରକୁ ଏକ ସ୍ୱତନ୍ତ୍ର ଏବଂ ସ୍ପଷ୍ଟ ଦେଖାଗଲା ଭଳି ସେକସନରେ ରଖିବାକୁ କୁହାଯାଉଛି । ଯାହା ରିଚାର୍ଜ ସମୟରେ ସର୍ବ ପ୍ରଥମେ ଦେଖିବାକୁ ମିଳିବ ।

ସର୍ବପ୍ରଥମେ ଟ୍ରାଇ ମ୍ୟାଣ୍ଡେଟେଡ୍ପ୍ୟାକ୍

ଟ୍ରାଇର ନିର୍ଦ୍ଦେଶ ଅନୁସାରେ, ସମସ୍ତ ଟେଲିକମ୍ ସର୍ଭିସ ପ୍ରୋଭାଇଡର ନିଜର ଓ୍ୱେବସାଇଟ୍ ଓ ଆପରେ ଟ୍ରାଇ ମ୍ୟାଣ୍ଡେଟେଡ୍ ପ୍ୟାକ୍ ନାମକ ଏକ ସେକ୍ସନ ରଖିବେ । ଏହି ସେକ୍ସନ ସବୁଠୁ ଉପରେ ଗ୍ରାହକଙ୍କୁ ଦୃଶ୍ୟମାନ ହେବ । ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବିଭିନ୍ନ କମ୍ପାନୀକୁ୩୦ଦିନର ସମୟ ଦିଆଯାଇଛି । ଅର୍ଥାତ କମ୍ପାନୀମାନେ କେବଳ ପ୍ଲାନ୍ ଉପଲବ୍ଧ କରାଇବେ ନାହିଁ ବରଂ ଗ୍ରାହକମାନେ ଶସ୍ତା ପ୍ଲାନକୁ ସହଜରେ ଖୋଜିପାରିବେ ।

ଟ୍ରାଇ ଅନୁସାରେ, ଅନେକ ଗ୍ରାହକ ଅଭିଯୋଗ କରୁଥିଲେ । ସେମାନେ ସହଜରେ ଆପରେ ରିଚାର୍ଜ ଭାଉଚର ପାଉନଥିବା କହୁଥିଲେ । ଏହାପରେ ଟ୍ରାଇ ପକ୍ଷରୁ ଟେଲିକମ୍ କମ୍ପାନୀର ଓ୍ୱେବସାଇଟକୁ ଯାଞ୍ଚ୍ କରାଯାଇଥିଲା । ଏଥିରେ ଭାଉଚର୍ ଭିନ୍ନ କ୍ୟାଟାଗୋରୀରେ ଥିବା ଏବଂ ସହଜରେ ମିଳୁନଥିବା ଦେଖାଯାଇଥିଲା । ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡିପାରେ ।

କିଛି ୟୁଜର ଦାମୀ ପ୍ଲାନ୍ ଏବଂ ଆବଶ୍ୟକ ଅନୁସାରେ ପ୍ଲାନ୍ ନପାଇ ଅନ୍ୟ ପ୍ଲାନ୍ ରିଚାର୍ଜ କରୁଛନ୍ତି । କିଛି ୟୁଜର କେବଳ କଲ୍ ଏବଂ ଏସଏମଏସ ଚାହିଁଥାନ୍ତି । ଏହି ବିକଳ୍ପକୁ ସେମାନଙ୍କ ପାଇଁ ଉପଲବ୍ଧ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଟ୍ରାଇ ଏପରି ନିର୍ଦ୍ଦେଶ ଦେଇଛି ।

Source link



Source link

Leave A Reply

Your email address will not be published.