Voice of Eastern India

ସିସିଟିଭି ଓ ଲୋକେଶନ୍ ଟ୍ରାକିଂରୁ ସୁରାକ ; ନିଖୋଜର ୨୪ ଘଣ୍ଟା ପରେ ବଲାଙ୍ଗିରର ବ୍ୟବସାୟୀ ଖଣ୍ଡଗିରିରୁ ଉଦ୍ଧାର


ଭୁବନେଶ୍ବର: ବଲାଙ୍ଗିରରୁ ନିଖୋଜ ବ୍ୟବସାୟୀ ଭୁବନେଶ୍ବରରୁ ଉଦ୍ଧାର । ଖଣ୍ଡଗିରିରୁ ଉଦ୍ଧାର ହେଲେ ବଲାଙ୍ଗିରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ। ୬ରୁ ୭ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଅପହରଣ କରିଥିବା ସୂଚନା ରହିଥିବା ବେଳେ, ପୋଲିସ ତଦନ୍ତ କ୍ରମେ ତାଙ୍କୁ ଶନିବାର ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଉଦ୍ଧାର କରିଛି। ଖାଲି ସେତିକି ନୁହେଁ ଅପହରଣକାରୀ କ୍ଷୀତିଶ ସାହୁଙ୍କୁ ମଧ୍ୟ ବଲାଙ୍ଗୀର ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଜଣାପଡ଼ିଛି ଅପହରଣ ପରେ ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। 

ବଲାଙ୍ଗିର ସହରର ହୋଟେଲ ରାଜମହଲ ମାଲିକ ନରେନ୍ଦ୍ର କୁମାର ସାହୁ ଓରଫ ଗୁଣ୍ଡା ସାହୁ । ରାଜମହଲ ହୋଟେଲ ସହ ତାଙ୍କର ରହିଛି ଅଟୋମୋବାଇଲ ବ୍ୟବସାୟ, ସୋ’ ରୁମ୍, ଜମି କାରବାର ଭଳି ବ୍ୟବସାୟ ରହି । ବେଶ୍ ପରିଚିତ ଏବଂ ସମସ୍ତଙ୍କ ସହ ମିଳାମିଶା କରିବା ଭଳି ବ୍ୟକ୍ତିତ୍ୱ ହେଉଛନ୍ତି ଗୁଣ୍ଡା ସାହୁ । ତେବେ କିଏ ଓ କାହିଁକି ତାଙ୍କୁ ଅପହରଣ କରିବ ସେନେଇ ସନ୍ଦେହ ବଢ଼ିଥିଲା ।

ଶୁକ୍ରବାର ୧୨ଟାରୁ ଘରୁ ଯାଇଥିବା ବେଳେ ପ୍ରତିଦିନ ୩ଟାରୁ ୪ଟା ଭିତରେ ଘରକୁ ସେ ଖାଇବାକୁ ଆସିଥାନ୍ତି । ହେଲେ ଗତକାଲି ଆସିନଥିଲେ । ପରିବାର ଲୋକେ ଫୋନ୍ କରିବାରୁ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିଲା । ବହୁ ଖୋଜାଖୋଜି କରିବା ପରେ କେଉଁଠି ନ ମିଳିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ତାଙ୍କ ପରିବାର । ସେହି ଅଞ୍ଚଳ ଯାଞ୍ଚ ସହ ସିସିଟିଭି ଫୁଟେଜ୍ ଖୋଳତାଡ଼ କରିଥିଲା ପୋଲିସ । ସିସିଟିଭିରେ ସୋନପୁର-ବଲାଙ୍ଗିର ଟୋଲଗେଟ୍ ରେ ଯାଞ୍ଚ ପରେ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହ କରାଯାଉଥିଲା । ଗୁଣ୍ଡା ସାହୁ ବ୍ୟବହାର କରୁଥିବା ତାଙ୍କ ଗାଡ଼ି ଏବଂ ପଛରେ ଏକ ବୋଲେରୋ ଦେଖାଯାଇଥିଲା ।

Also Read:- ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ ନୂଆ ଡପଲର୍ ରାଡାର, ପାଣିପାଗ ପୂର୍ବାନୁମାନ ହେବ ଅଧିକ ସଠିକ୍

ଶନିବାର ସକାଳୁ ତାଙ୍କ ପୁଅ ସହ ଗୁଣ୍ଡା ସାହୁଙ୍କ କଥା ହେବା ବେଳେ ବ୍ୟସ୍ତ ଅଛି ପରେ କଲ୍ କରୁଛି କହି ଫୋନ କାଟିଦେଇଥିଲେ । ତାଙ୍କର ଶେଷ ଲୋକେଶନ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ସିସିଟିଭି ଯାଞ୍ଚ ଓ ଗାଡ଼ି ନମ୍ବରରୁ ଝାଡ଼ଖଣ୍ଡର କିଛି ଦୁର୍ବୃତ୍ତଙ୍କ ହାତ ଥିବା ସନ୍ଦେହ କରୁଥିଲା ପୋଲିସ। ସ୍ୱତନ୍ତ୍ର ଟିମ୍ ଗଠନ କରି ସବୁଠି ଖୋଜିବା ପାଇଁ ଚେଷ୍ଟା ଜାରି ରଖିଥିଲା ପୋଲିସ । ତେବେ ତାଙ୍କୁ ଖଣ୍ଡଗିରିରୁ ଉଦ୍ଧାର କରିଛି ପୋଲିସ ।

Watch Video:

Source link



Source link

Leave A Reply

Your email address will not be published.