Voice of Eastern India

ଅପେକ୍ଷା କରିଥିଲେ ସ୍ତ୍ରୀ, ଫେରିଲେନି ସ୍ୱାମୀ ଆସିଲା ଶବ… ପରିବାରକୁ ଛାରଖାର କରିଦେଲା ଦନ୍ତା


ଜି. ଉଦୟଗିରି: ଚାଷ କରିବାକୁ ଜମିକୁ ଯାଇଥିଲେ ଚାଷୀ । ସାଥୀରେ ଯାଇଥିଲେ ସ୍ତ୍ରୀ ଏବଂ ଛୁଆ । କାମ ଥିବାରୁ ନିଜେ ଜମିରେ ରହିଲେ । ସ୍ତ୍ରୀ ଏବଂ ପିଲାଙ୍କୁ ଘରକୁ ପଠାଇ ଦେଲେ । ତମେମାନେ ଯାଆ ମୁଁ ପରେ ଯିବି ବୋଲି କହିଲେ । ହେଲେ ଜମିରେ ଛକି ବସିଥିଲା ମୃତ୍ୟୁ । ହାତୀ ରୂପରେ ମାଡି ଆସିଲା । କିଛି ସେକେଣ୍ଡରେ ସବୁ ଖିନଭିନ୍ କରିଦେଲା । ଅପେକ୍ଷା କରିଥିଲେ ସ୍ତ୍ରୀ ଫେରିଲେନି ସ୍ୱାମୀ, ଫେରିଲା ତାଙ୍କର ମୃତଦେହ । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ ଦଙ୍ଗାଏଯୁ ଗ୍ରାମରେ ଘଟିଯାଇଛି ଦୁଃଖଦ ଓ ହୃଦୟବିଦାରକ ଘଟଣା।

ଚାଷ ଜମିରୁ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଦଙ୍ଗାଏଯୁ ଗ୍ରାମର ପ୍ରଦୀପ ପ୍ରଧାନ। ସୂଚନା ଅନୁସାରେ, ପ୍ରଦୀପ ପ୍ରଧାନ ନିଜ ପରିବାର ସହ କ୍ଷେତକୁ ଚାଷ କାମ ପାଇଁ ଯାଇଥିଲେ। ସନ୍ଧ୍ୟା ହେବାରୁ ତାଙ୍କ ସ୍ତ୍ରୀ ଶୁଭଲତା ପ୍ରଧାନ ଓ ଝିଅ ଶୁଭଲକ୍ଷ୍ମୀ ପ୍ରଧାନ ଘରକୁ ଫେରି ଆସିଥିଲେ। କିନ୍ତୁ ପ୍ରଦୀପ କାମ ସାରି ଏକାକୀ ଘରକୁ ଫେରୁଥିବା ବେଳେ ବାଟରେ ହଠାତ୍ ଏକ ଦନ୍ତାର ସାମ୍ନାସାମ୍ନି ହୋଇଯାଇଥିଲେ। କିଛି ବୁଝିବା ସୁଝିବା ପୂର୍ବରୁ ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଚକଟି ମାରିଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କର ମୃତ୍ୟୁ ଘଟିଥିଲା।

also read- ବନ୍ୟା ସ୍ଥିତିରେ ଆସିନାହିଁ ସୁଧାର, ଏବେବି ଅନେକ ଲୋକ ପାଣି ଘେରରେ

ଗାଁରେ ଏବେ ଶୋକର ଛାୟା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଓ ହାତୀ ସ୍ଥାନାନ୍ତର ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବାରମ୍ବାର ହାତୀ ଉପଦ୍ରବ ନେଇ ଅଭିଯୋଗ ହେଉଥିଲେ ବି ବନ ବିଭାଗର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Source link



Source link

Leave A Reply

Your email address will not be published.