ମୁମ୍ବାଇ : ଗୁରୁବାର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ରାମାୟଣ’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ନିର୍ମାତାଙ୍କ ପକ୍ଷରୁ ରିଲିଜ ହୋଇଛି ‘ରାମାୟଣ’ର ପ୍ରଥମ ଟ୍ରେଲର୍ । ଫିଲ୍ମର ଦମଦାର ଟ୍ରେଲର୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି । ଏହାକୁ ଦେଖିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।
ଏଥିରେ ଦେଖାଯାଇଥିବା ଝଲକ, ଉଚ୍ଚମାନର VFX ଓ ଆକର୍ଷଣୀୟ ସଙ୍ଗୀତ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ସେହିପରି ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଚରିତ୍ର ଏବଂ ଲୁକ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଥିଲା । ଏହା ଏକ ବଡ଼ ବଜେଟର ଫିଲ୍ମ ଯାହା ୪୦୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ଟ୍ରେଲରରେ ପୌରାଣିକ କାହାଣୀକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ VFX ଭିଜୁଆଲ୍ ସହ ଉପସ୍ଥାପନ କରାଯାଇଛି । ଯାହା ବେଶ ଆକର୍ଷଣୀୟ ଲାଗୁଛି ।
ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ପ୍ରତ୍ୟେକ ଦୃଶ୍ୟକୁ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଇଛି। ଟ୍ରେଲରରେ ଫିଲ୍ମର ଅନେକ ପ୍ରମୁଖ ଚରିତ୍ରର ଝଲକ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି । ପ୍ରତ୍ୟେକ ଅଭିନେତା ନିଜ ନିଜ ଚରିତ୍ରକୁ ଦକ୍ଷତାର ସହିତ ଜୀବନ୍ତ କରିଛନ୍ତି ଏବଂ ଟ୍ରେଲରରେ ସେମାନଙ୍କର ଅଭିନୟ ଦର୍ଶକଙ୍କୁ ବେଶ ପ୍ରଭାବଶାଳୀ ଲାଗିଛି।
Apparently in the Ramayan teaser, R and S are not fitting well into their characters apart from everyone else
Such a grand trailer but it doesn’t reach that level of impact because they don’t fit well.
Leads ka ji casting Sabse galat hua
Yash as Ravaan might be the best… pic.twitter.com/jDX0lRzoEk
— _Caroline_Klaus_Mikaelson (@klaroliner123) July 30, 2026
ଯଦି ଫିଲ୍ମରେ ଥିବା ଚରିତ୍ର କଥା କହିବା ତେବେ ରଣବୀର କପୁର ଏଥିରେ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ମା’ ସୀତାଙ୍କ ଚରିତ୍ରରେ ଥିବାବେଳେ , ଯଶ ‘ରାବଣ’ ଭୂମିକାରେ ଅଭିନୟ କରୁଛନ୍ତି। ତିନିଜଣଙ୍କ ଝଲକ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଛି । ଅନ୍ୟାନ୍ୟ ଚରିତ୍ରମାନଙ୍କ ମଧ୍ୟରେ, ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଏବଂ ଲାରା ଦତ୍ତ କୈକେୟୀ ଭୂମିକାରେ ଅଭିନୟ କରିଛନ୍ତି । ଟିଜରରେ ବ୍ୟବହୃତ VFX ଓ ବ୍ୟାକଗ୍ରାଉଣ୍ଡ ସ୍କୋରକୁ ନେଇ ସୋସିଆଲ୍ ମିଡିଆରେ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି ।
ଅନେକ ଦର୍ଶକ ଏହାକୁ ଭାରତୀୟ ସିନେମାର ସବୁଠାରୁ ଭବ୍ୟ ପୌରାଣିକ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି । ଏହି ଫିଲ୍ମ ମାଧ୍ୟମରେ ନିର୍ମାତାମାନେ ବିଶ୍ୱର ଲୋକମାନଙ୍କୁ ସେମାନଙ୍କ ସଂସ୍କୃତି ସହିତ ଯୋଡ଼ିବ ଏବଂ ଏକ ଉଦାହରଣ ସୃଷ୍ଟି କରିବ। ଫିଲ୍ମର ସମ୍ପୂର୍ଣ୍ଣ ଟ୍ରେଲର ଓ ରିଲିଜ ତାରିଖକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି । ଫିଲ୍ମଟି ଚଳିତବର୍ଷ ଦୀପାବଳିରେ ସମସ୍ତ ସିନେମା ହଲରେ ମୁକ୍ତିଲାଭ କରିବ। ନିର୍ମାତାମାନେ ଏହାକୁ ବଡ଼ ବଜେଟରେ ପ୍ରସ୍ତୁତ କରୁଥିବାରୁ ବକ୍ସ ଅଫିସରେ ଫିଲ୍ମଟି ନୂଆ ରେକର୍ଡ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି।

