Voice of Eastern India

ଆମେରିକାର ଭିସା ବଣ୍ଡ ନିୟମ: ୫୦ ଦେଶର ନାଗରିକଙ୍କୁ ୨୦ ହଜାର ଡଲାର ପର୍ଯ୍ୟନ୍ତ ବଣ୍ଡ; ଭାରତକୁ ଆଶ୍ୱସ୍ତି


US Visa Bond Rules 2026: ଆମେରିକାର ବିଦେଶ ବିଭାଗ ୨ ଅକ୍ଟୋବର ୨୦୨୬ରେ ଭିସା ବଣ୍ଡ ସମ୍ପର୍କିତ ୫୦ଟି ଦେଶର ଅପଡେଟେଡ୍‌ ତାଲିକା ଜାରି କରିଛି। ଏହି ନିୟମ ଅନୁସାରେ କିଛି ନିର୍ଦ୍ଦିଷ୍ଟ ଦେଶଗୁଡ଼ିକର ନାଗରିକଙ୍କୁ ଟୁରିଷ୍ଟ (B-2) ଏବଂ ବିଜନେସ୍‌ (B-1) ଭିସା ପାଇଁ ୧୦ ହଜାର, ୧୫ ହଜାର କିମ୍ବା ୨୦ ହଜାର ଡଲାର ପର୍ଯ୍ୟନ୍ତ ବଣ୍ଡ ଦେବାକୁ ପଡ଼ିବ। ବେଦେଶୀ ନାଗରିକଙ୍କ ପାଇଁ ଏହା ଅତିରିକ୍ତ ଆର୍ଥିକ ଚାପ ସୃଷ୍ଟି କରିବ। ତେବେ ଭାରତୀୟ ନାଗରିକଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହାର ଅର୍ଥ ଭାରତୀୟ ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ଏହି ଅତିରିକ୍ତ ଆର୍ଥିକ ବଣ୍ଡ ଦେବାକୁ ପଡ଼ିବ ନାହିଁ। ଯେଉଁ ଦେଶଗୁଡିକ ଉପରେ ଏହି ନିୟମ ଲାଗୁ ହେବ ସେମାନଙ୍କ ମଧ୍ୟରେ ଭାରତର ଦୁଇ ପଡୋଶୀ ରାଷ୍ଟ୍ର, ନେପାଳ ଓ ବାଂଲାଦେଶର ନାଁ ବି ରହିଛି।

ଆମେରିକାରେ ଭିସା ଅବଧି ଶେଷ ହେବା ପରେ ଅବୈଧ ଭାବେ ରହିଯିବା ବା ‘ଓଭର ଷ୍ଟେ’ ମାମଲା ରୋକିବା ଉଦ୍ଦେଶ୍ୟରେ ଏହି କଠୋର ନିୟମ ଲାଗୁ କରାଯାଇଛି। ତେବେ ଯେହେତୁ ଭାରତ ଏହି ତାଲିକାରେ ନାହିଁ ତେଣୁ ଆମେରିକା ଯିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି।

ବଣ୍ଡ କେତେ ଏବଂ କିପରି ଦେବାକୁ ପଡ଼ିବ?

ଭିସା ଇଣ୍ଟରଭ୍ୟୁ ସମୟରେ କନସୁଲାର ଅଧିକାରୀ ଆବେଦନକାରୀଙ୍କ ପାଇଁ ୧୦,୦୦୦, ୧୫,୦୦୦ କିମ୍ବା ୨୦,୦୦୦ ଡଲାର ବଣ୍ଡ ଧାର୍ଯ୍ୟ କରିପାରିବେ। ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟିର Form I-352 ପୂରଣ କରିବାକୁ ପଡ଼ିବ। ବଣ୍ଡର ଟଙ୍କା କେବଳ ଆମେରିକାନ୍‌ ଟ୍ରେଜେରିର ଅଧିକୃତ Pay.gov ପ୍ଲାଟଫର୍ମ ମାଧ୍ୟମରେ ଜମା କରାଯାଇପାରିବ। କୌଣସି ବାହାର ୱେବସାଇଟ୍‌ କିମ୍ବା ଅନଧିକୃତ ଲିଙ୍କରେ ଟଙ୍କା ଜମା ନଦେବାକୁ ଆବେଦନକାରୀଙ୍କୁ ସତର୍କ କରାଯାଇଛି। ଆବେଦନକାରୀ ନିଜେ କିମ୍ବା ତାଙ୍କ ସମ୍ପର୍କୀୟ, ବନ୍ଧୁ କିମ୍ବା ବ୍ୟବସାୟିକ ସହଯୋଗୀ ବଣ୍ଡ ଦେଇପାରିବେ।

Also Read- ଜଟିଳ ହେଉଛି ମଧ୍ୟପ୍ରାଚ୍ୟ ସଂକଟ, ଆମେରିକା ଆଗରେ ୭ ସର୍ତ୍ତ ରଖିଲା ଇରାନ, ବନ୍ଦ ରହିବ ହର୍ମୁଜ

କେବେ ଫେରିବ ବଣ୍ଡ ଟଙ୍କା?

ଯଦି ଯାତ୍ରୀ ଭିସା ମିଳିବା ପରେ ଆମେରିକା ଯାଆନ୍ତି ନାହିଁ ଏବଂ ଭିସା ଅବଧି ଶେଷ ହୋଇଯାଏ, କିମ୍ବା ନିର୍ଦ୍ଧାରିତ ସମୟ ମଧ୍ୟରେ ନିୟମ ଅନୁସାରେ ଆମେରିକା ଛାଡ଼ିଦିଅନ୍ତି, ତେବେ ବଣ୍ଡ ଟଙ୍କା ଫେରସ୍ତ ହେବ। ଏହାସହ ଆମେରିକୀୟ ବିମାନବନ୍ଦରରେ ପ୍ରବେଶ ଅନୁମତି ନମିଳିଲେ ମଧ୍ୟ ନିୟମ ଅନୁସାରେ ଟଙ୍କା ଫେରିପାରେ। ତେବେ ବଣ୍ଡ ଦେଇଥିବା ଯାତ୍ରୀଙ୍କୁ କେବଳ ନିର୍ଦ୍ଧାରିତ କମର୍ସିଆଲ୍‌ ଏୟାରପୋର୍ଟ ମାଧ୍ୟମରେ ଆମେରିକା ପ୍ରବେଶ ଓ ପ୍ରସ୍ଥାନ କରିବାକୁ ପଡ଼ିବ। ପ୍ରାଇଭେଟ୍‌ ପ୍ଲେନ୍‌, ଚାର୍ଟର୍‌, ସଡ଼କ କିମ୍ବା ସମୁଦ୍ରପଥରେ ଯାତାୟାତ ଉପରେ କଟକଣା ରହିବ।

ଭାରତୀୟଙ୍କ ପାଇଁ ନାହିଁ ନିୟମ

ଭାରତ ତାଲିକାରେ ନଥିବାରୁ ଭାରତୀୟ ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ୧୦ରୁ ୨୦ ହଜାର ଡଲାର ପର୍ଯ୍ୟନ୍ତ ଅତିରିକ୍ତ ରାଶି ବଣ୍ଡ ଭାବେ ଜମା କରିବାକୁ ପଡ଼ିବ ନାହିଁ। ଅନ୍ୟପଟେ ତାଲିକାରେ ଥିବା କିଛି ଦେଶର ଯାତ୍ରୀଙ୍କ ପାଇଁ ଏହି ନିୟମ ଆମେରିକା ଯାତ୍ରାର ଆର୍ଥିକ ଖର୍ଚ୍ଚକୁ ବଢ଼ାଇଦେବ।

 

Source link



Source link

Leave A Reply

Your email address will not be published.