Voice of Eastern India

ଇତିହାସ ରଚିଲେ ସ୍ପେନର ମିଡ୍‌ ଫିଲ୍ଡର ରୋଦ୍ରି, ଫୁଟବଲର ସବୁଠାରୁ ପ୍ରତିଷ୍ଠିତ କ୍ଲବରେ ସାମିଲ


ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ର ରୋମାଞ୍ଚକର ଫାଇନାଲରେ ସ୍ପେନ୍ ଅତିରିକ୍ତ ସମୟରେ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ଦ୍ୱିତୀୟ ବିଶ୍ୱକପ୍ ମୁକୁଟ ହାସଲ କରିଛି। ଏହି ବିଜୟ ସହିତ ସ୍ପେନର ୩୦ ବର୍ଷୀୟ ମିଡ୍‌ ଫିଲ୍ଡର ରୋଦ୍ରି ବିଶ୍ୱ ଫୁଟବଲର ସବୁଠାରୁ ସ୍ୱତନ୍ତ୍ର ଏବଂ ଏଲିଟ୍ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଫୁଟବଲ ଇତିହାସରେ ରୋଦ୍ରି ହେଉଛନ୍ତି ଚତୁର୍ଥ ଖେଳାଳି, ଯିଏ ନିଜ କ୍ୟାରିୟରରେ ୪ଟି ଯାକ ସର୍ବୋଚ୍ଚ ସମ୍ମାନ ଜିତିଛନ୍ତି ।

ଫିଫା ବିଶ୍ୱକପ୍ (FIFA World Cup), ୟୁଏଫା ୟୁରୋପିଆନ ଚାମ୍ପିଅନସିପ୍ (UEFA Euro), ୟୁଏଫା ଚାମ୍ପିଅନ୍ସ ଲିଗ୍ (UEFA Champions League) ଏବଂ ବ୍ୟାଲନ୍ ଡି ଓର୍ (Ballon d’Or) ଜିତି ଇତିହାସ ରଚିଛନ୍ତି ରୋଦ୍ରି । ରୋଦ୍ରିଙ୍କ ପୂର୍ବରୁ କେବଳ ଜର୍ମାନୀର ଜେର୍ଡ ମୁଲର୍, ଫ୍ରାଞ୍ଜ ବେକେନବାଉର ଏବଂ ଫ୍ରାନ୍ସର ଜିନେଦିନ ଜିଦାନଙ୍କ ଭଳି ମହାନ କିମ୍ବଦନ୍ତୀ ହିଁ ଏହି ସଫଳତା ହାସଲ କରିପାରିଥିଲେ।

ସ୍ପେନର ଏହି ଅପରାଜେୟ ଯାତ୍ରାରେ ରୋଦ୍ରି ଦଳର ମେରୁଦଣ୍ଡ ସାଜିଥିଲେ। ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ସର୍ବୋଚ୍ଚ ବ୍ୟକ୍ତିଗତ ପୁରସ୍କାର ‘ଫିଫା ଗୋଲ୍ଡେନ ବଲ୍’ ପ୍ରଦାନ କରାଯାଇଛି। ସେ ପୂର୍ବରୁ ୟୁରୋ ୨୦୨୪ ରେ ମଧ୍ୟ ଶ୍ରେଷ୍ଠ ଖେଳାଳି ହୋଇ ବ୍ୟାଲନ୍ ଡି ଓର୍ ଜିତିଥିଲେ।

ରୋଦ୍ରି ପୂରା ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୭୫୬ଟି ସଫଳ ପାସ୍ ସହ ଗତ ୬୦ ବର୍ଷର ବିଶ୍ୱକପ୍ ରେକର୍ଡ ଭାଙ୍ଗିଛନ୍ତି। ଏହାପୂର୍ବରୁ ୨୦୨୨ ବିଶ୍ୱକପ୍‌ରେ ତାଙ୍କର ୬୩୮ ପାସ୍‌ର ରେକର୍ଡ ସର୍ବୋଚ୍ଚ ଥିଲା। ସେ ବିପକ୍ଷ ଦଳର ରକ୍ଷଣଭାଗକୁ ଭେଦ କରୁଥିବା ୧୨୨ଟି ଲାଇନ-ବ୍ରେକିଂ ପାସ୍ ଦେଇଥିଲେ, ଯାହା ୨୦୧୦ ବିଶ୍ୱକପରେ ଜାବି ଆଲୋନସୋ (୧୨୬ ପାସ୍) ଙ୍କ ପରେ ସବୁଠାରୁ ଅଧିକ।

ଆର୍ଜେଣ୍ଟିନା ବିପକ୍ଷ ମହାଲଢ଼େଇରେ ରୋଦ୍ରି ୧୦୫ଟି ପାସ୍ ମଧ୍ୟରୁ ୧୦୧ଟି ସଠିକ୍ ପାସ୍ ଦେଇଥିଲେ ଏବଂ ୮୦ ପ୍ରତିଶତ Duelsରେ ବିଜୟୀ ହୋଇ ଖେଳକୁ ନିୟନ୍ତ୍ରଣ କରିଥିଲେ। ପରେ ଫେରାନ ତୋରେସ ସ୍ପେନ ପାଇଁ ବିଜୟୀ ଗୋଲ୍ ଦେଇଥିଲେ।  ରୋଦ୍ରିଙ୍କ ଚମତ୍କାର ରକ୍ଷଣାତ୍ମକ ଖେଳ ଯୋଗୁଁ ସ୍ପେନ୍ ବିପକ୍ଷ​‌ରେ  ୮ଟି ମ୍ୟାଚ୍ ମଧ୍ୟରେ ମାତ୍ର ୧ଟି ଗୋଲ୍ ହୋଇଥିଲା । ଯାହା ବିଶ୍ୱକପ୍ ଇତିହାସରେ ଯେକୌଣସି ବିଜେତା ଦଳ ପାଇଁ ସର୍ବନିମ୍ନ।

Source link



Source link

Leave A Reply

Your email address will not be published.