Voice of Eastern India

ଇରାନକୁ ରୁଷର ସମର୍ଥନ: ପୁଟିନଙ୍କ ନିର୍ଦ୍ଦେଶରେ ତେହେରାନ ପହଞ୍ଚିଲା ଉଡ଼ନ୍ତା କମାଣ୍ଡ୍ ପୋଷ୍ଟ ‘Tu-214PU’


ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ତିକ୍ତତା ମଧ୍ୟରେ ଆସିଛି ବଡ଼ ଖବର। ଇରାନ ଯୁଦ୍ଧରେ ଏଣ୍ଟ୍ରି ମାରିଛି ରୁଷ। ଇରାନ- ଆମେରିକା ମଧ୍ୟରେ ବଢ଼ୁଥିବା ତିକ୍ତତା ମଧ୍ୟରେ ରୁଷ ଏହାର ପ୍ରଳୟଙ୍କରୀ ବିମାନ ତେହରାନ ପଠାଇଛି। ରୁଷ ଇରାନକୁ ନିଜର ସବୁଠୁ ସୁରକ୍ଷିତ ଏୟାରବର୍ନ କମାଣ୍ଡ ଏୟାରକ୍ରାଫ୍ଟ ପଠାଇଛି।

ଫ୍ଲାଇଟ ଟ୍ରାକିଂ ତଥ୍ୟ ଅନୁସାରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିର୍ଦ୍ଦେଶରେ ଏଲିଟ୍ Tu- 214PU ବିମାନ ତେହେରାନ ପହଞ୍ଚିଛି। ରିପୋର୍ଟ ଅନୁସାରେ, ଟୁପୋଲେଭ ଡିଜାଇନ ବ୍ୟୁରୋର ଏହି ଖାସ୍ ଭାରିଆଣ୍ଟ ସାଧାରଣ ଯାତ୍ରୀବାହୀ ବିମାନ Tu-214ର ଅପଗ୍ରେଡ ଭର୍ସନ। ଏହା ରୁଷ ପାଇଁ ଉଡ଼ନ୍ତା କମାଣ୍ଡ୍ ପୋଷ୍ଟ ଭଳି କାମ କରେ। ଯୁଦ୍ଧ ମଧ୍ୟରେ ଏହି ବିମାନ ସାମିଲ ହେବା ମସ୍କୋ- ତେହେରାନ ମଧ୍ୟକୁ କ୍ରେମଲିନ ଦ୍ବାରା ଇରାନକୁ ମଜଭୁତ ସମର୍ଥନର ସଙ୍କେତ ଭାବରେ ଦେଖାଯାଉଛି।

TU- 214PUର ବିଶେଷତ୍ବ

TU- 214PU ରୁଷ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ ପାଇଁ ଆକାଶରୁ ମୋବାଇଲ କମାଣ୍ଡ ପୋଷ୍ଟ ଭଳି କାମ କରିଥାଏ। ଏଥିରେ ଅତ୍ୟାଧୁନିକ ସୁରକ୍ଷିତ ସଞ୍ଚାର ପ୍ରଣାଳୀ, ଏନକ୍ରିପପ୍ଟେଡ ଲିଙ୍କ୍ସ, ସାଟେଲାଇଟ କମ୍ୟୁନିକେସନ ଏବଂ ପରମାଣୁ ଆକ୍ରମଣ କିମ୍ବା ବଡ଼ ଯୁଦ୍ଧରେ ମଧ୍ୟ କାମ କରି ପାରିବା ଭଳି ରିଡଡେଣ୍ଟ ସିଷ୍ଟମ ରହିଛି। ବିମାନକୁ କୌଣସି ବି ପାଣିପାଗ, ଇଲେକ୍ଟ୍ରୋନିକ୍ସ ଜାମିଂ ଏବଂ ବଡ଼ ସଙ୍କଟ ସମୟରେ ପରିଚାଳନା ପାଇଁ ଡିଜାଇନ କରାଯାଇଛି। ଏଥିରେ ଦୁଇଟି ଶକ୍ତିଶାଳୀ ଏଭିୟାଡବିଗେଟଲ PS-90A ଟର୍ବୋ ଫ୍ୟାନ ଇଞ୍ଜିନ ରହିଛି। ଯାହା ପ୍ରତି ଘଣ୍ଟାରେ ୮୫୦ କିଲୋମିଟର ସର୍ବାଧିକ ଗତି ଏବଂ ୬,୫୦୦ରୁ ୭ ହଜାର କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ।

ବିମାନକୁ ରୋସିୟା ସ୍ପେଶାଲ ଫ୍ଲାଇଟ୍ ସ୍କ୍ବାଡ୍ରନ ସଞ୍ଚାଳିତ କରିଥାଏ। ଏହାର ଦାୟିତ୍ବ ବଡ଼ ସଙ୍କଟ ସମୟରେ ଟପ୍ ରାଜ ନେତା ଏବଂ ସେନା ମୁଖ୍ୟଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରିବା। ଏହି ବିମାନ ୧୯୮୯ରେ ପ୍ରଥମ ଥର ଉଡ଼ାଣ ଭରିଥିଲା ଏବଂ ୧୯୯୦ ଦଶକରେ ବ୍ୟବସାୟିକ ସେବାରେ ସାମିଲ ହୋଇଥିଲା। ପରେ ଏହାକୁ ସ୍ବତନ୍ତ୍ର ଭାବରେ ରାଷ୍ଟ୍ରପତି ଏବଂ ହାଇକମାଣ୍ଡ ପାଇଁ ଅପଗ୍ରେଡ କରାଯାଇଥିଲା।

Also Read: ଖୋଜି ଖୋଜି ମାରୁଛି ଆମେରିକା : ଇରାନରେ ଭୟଙ୍କର କ୍ଷତି, ଯୁଦ୍ଧ ଜିତିବେ ଟ୍ରମ୍ପ୍ !

ରୁଷ- ଇରାନ ସମ୍ପର୍କରେ ନୂଆ ଅଧ୍ୟାୟ

ଗତ କିଛି ବର୍ଷ ମଧ୍ୟରେ ରୁଷ ଏବଂ ଇରାନ ମଧ୍ୟରେ ସାମରିକ, ବୈଷୟିକ ଏବଂ ଗୁଇନ୍ଦା ସହଯୋଗ ବୃଦ୍ଧି ପାଇଛି। ୟୁକ୍ରେନ ଯୁଦ୍ଧ, ସିରିଆ ସଙ୍କଟ ଏବଂ ବର୍ତ୍ତମାନ ପଶ୍ଚିମ ଏସିଆ ଅସ୍ଥିରିତା ମଧ୍ୟରେ ଏହି ଦୁଇ ଦେଶ ଘନିଷ୍ଠ ସହଯୋଗୀ ରହିଛନ୍ତି। ଏସବୁ ଭିତତରେ Tu-214PUର ମୁତୟନକୁ ବିଶେଷଜ୍ଞମାନେ ରୁଷ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ପ୍ରତ୍ୟକ୍ଷ ଯୋଗାଯୋଗ, ରିୟଲ ଟାଇମ ତଥ୍ୟର ଆଦାନ ପ୍ରଦାନ ଏବଂ ମିଳିତ ଜରୁରୀକାଳୀନ ଯୋଜନାର ଅଂଶ ଭାବରେ ଦେଖଛନ୍ତି। ବିଶେଷଜ୍ଞଙ୍କ ଅନୁମାନ, ଏହି ବିମାନ ଆମେରିକା ଆକ୍ରମଣ ସମୟରେ ଇରାନ ହାଇକମାଣ୍ଡ ପାଇଁ ସୁରକ୍ଷିତ କମାଣ୍ଡ ଏବଂ ନିୟନ୍ତ୍ରଣ ପ୍ରଦାନ କରିପାରିବ।

ଆମେରିକା- ଇରାନ ସଂଘର୍ଷ

ଏହି ବିମାନର ନିୟୋଜନ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଇରାନ ବିରୁଦ୍ଧରେ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। CENTCOM ବିବୃତ୍ତ ଅନୁଯାୟୀ, ଆମେରିକୀୟ ଲଢ଼ୁଆ ଜେଟ୍, ନୌସେନା ଯୁଦ୍ଧଜାହାଜ, ଓ୍ବାନ- ଓ୍ବେ ଆଟାକ୍ ଡ୍ରୋନ୍ ଏବଂ ସାମୁଦ୍ରିକ ଡ୍ରୋନ୍ ବ୍ୟବହାର କରି ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ରାଡାର ସ୍ଥାନ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଘାଟି ତଥା ଛୋଟ ଆକ୍ରମଣକାରୀ ଡଙ୍ଗାକୁ ଟାର୍ଗେଟ କରାଯାଇଥିଲା I ଆମେରିକା ଦାବି କରୁଛି ଯେ, ଏହି ଆକ୍ରମଣଗୁଡ଼ିକ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଆନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜ ଉପରେ ଇରାନର ଆକ୍ରମଣ ପରେ କରାଯାଇଛି। ସେପଟେ ଇରାନ ମଧ୍ୟ ଏହାର ପ୍ରତିଶୋଧ ନେଇଛି। ତେହେରାନ ପକ୍ଷରୁ କୁଏତ, ବାହାରିନ, ଜୋର୍ଡାନ ଏବଂ ଓମାନରେ ଥିବା ଆମେରିକୀୟ ବିମାନ ଘାଟି ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରାଯାଇଛି।

Source link



Source link

Leave A Reply

Your email address will not be published.