Voice of Eastern India

ଇରାନ ଉପରେ ଭୟଙ୍କର ଆକ୍ରମଣ, ପାରୁନି ତେହେରାନ, ପକାଇବ କି ପରମାଣୁ ବୋମା ?



ନୂଆଦିଲ୍ଲୀ, ୨୪।୦୭ : ଇରାନ ଉପରେ କ୍ରମାଗତ ଦ୍ବାଦଶ ଦିନ ଧରି ଆମେରିକାର ବିମାନ ଆକ୍ରମଣ ଜାରି ରହିଛି। ଗୁରୁବାର ସକାଳୁ ଆମେରିକା ସେନା ଇରାନର ନୌସେନା ସେଣ୍ଟର, ଡ୍ରୋନ ଓ ମିସାଇଲ ଭଣ୍ଡାର, ଉପକୂଳ ସର୍ଭେଲାନ୍ସ ସାଇଟ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ ଉପରେ ପ୍ରାୟ ୫ ଘଣ୍ଟା ଧରି ପ୍ରଚଣ୍ଡ ହମଲା କରିଛି। ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଇରାନ ମଧ୍ୟ ଜବାବୀ ହମ୍ଲା କରିଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ବିଭିନ୍ନ ସାମରିକ ଘାଟିକୁ ଟାର୍ଗେଟ କରି ମିସାଇଲ୍ ଓ ଡ୍ରୋନ ଆକ୍ରମଣ କରିଛି। ଆମେରିକା ସେନା ସେଣ୍ଟକମ୍ର ସୂଚନା ଅନୁସାରେ ବିଶ୍ଵର ପ୍ରମୁଖ ଜଳମାର୍ଗ ହୋର୍ମୁଳ ପ୍ରଣାଳୀରେ ଯାତାୟତ କରୁଥିବା ଜାହାଜଗୁଡିକୁ ଇରାନ ଗର୍ଗେଟ କରୁଥିବାରୁ ଏହାର ସାମୁଦ୍ରିକ କ୍ଷମତାକୁ ଧ୍ବଂସ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇ କହିଥିଲେ ଯେ ଯଦି ତେହରାନ ହୋର୍ମୁଜରେ ଗୋଟିଏ ଜାହାଜ କିମ୍ବା ଟ୍ୟାଙ୍କରକୁ ଗର୍ଗେଟ କରିବ ତେବେ ତାର ଗୋଟିଏ ସାମରିକ କେନ୍ଦ୍ର, ବ୍ରିଜ କିମ୍ବା ତୈଳ ଭଣ୍ଡାରକୁ ଧ୍ବଂସ କରଯିବ।

ଚଳିତ ମାସରେ ଆମେରିକା ଇରାନକୁ ସମୁଦ୍ରରେ ଘେରିବା ପରେ ଆକାଶମାର୍ଗରୁ ପ୍ରଚଣ୍ଡ ଆକ୍ରମଣ କରି ରଖିଛି। ଇରାନ ଚନ୍ଦରକୁ ଯିବା ଲାଗି ଉଦ୍ୟମ କରୁଥିବା ୯ଟି ବ୍ୟବସାୟିକ ଜନ୍ଧନକୁ ଆମେରିକା ନୌସେନା ହୋର୍ମୂଳ ନିକଟରୁ ତଡିଦେଇଛି । ଭୂପୃଷ୍ଠରେ ଥିବା ଇରନର ସାମରିକ ଘାଟି ବ୍ୟତୀତ ବ୍ରିଜ୍, ରେଳଷ୍ଟେସନ, ଶକ୍ତିକେନ୍ଦ୍ର, ଜଳ ବିଶୋଧନାଗାର ଭଳି ବେସାମରିକ କିଛିଭୂମିକୁ ଆମେରିକା ଟାର୍ଗେଟ କରୁଛି।

ସେପଟେ ଇରାନ ମଧ୍ୟ ଜବାବୀ ହମଲା ଜାରି ରଖିଛି । ଜୋର୍ଡାନ ଓ କୁଏଡ୍ରେ ଥିବା ଆମେରିକାର ସୈନ୍ୟ ଠିକଣା ଉପରେ ମିସାଇଲ୍ ଓ ଡ୍ରୋନ ଆକ୍ରମଣ କରିଛି । ଇରାନ ସେନା ଆଇଆରଡିସି ଦାବି କରିଛି ଯେ ଏହି ଆକ୍ରମଣରେ ଜୋର୍ଡାନରେ ମୁତୟନ ଆମେରିକାର ଥଡ (ଟର୍ମିନାଲ ହାଇ ଅଲଟିଚ୍ୟୁତ୍ ଏରିଆ ଡିଫେନ୍ସ) ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଦିଆଯାଇଛି । ଏଥିସହ ପ୍ୟାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ, ସି-ରାମ ରାଜାର ଏବଂ ଇନ୍ଧନ ଟ୍ୟାଙ୍କରକୁ ଗର୍ଗେଟ କରାଯାଇ ନଷ୍ଟ କରିଦିଆଯାଇଛି ।

ସେହିଭଳି କୁଏତର ଅଲି ଅଲ୍ ସାଲେମ ବିମାନଘାଟିରେ ଥିବା ଆମେରିକାର ଏମକ୍ୟୁ-୯ ରିପର ଡ୍ରୋନ ଅପରେସନ ସେଣ୍ଟର, ପଟ୍ରିଅଟ୍ ମିସାଇଲ ରକ୍ଷା ପ୍ରଣାଳୀ ଓ ସାମରିକ ଭଣ୍ଡାରକୁ ନଷ୍ଟ କରାଯାଇଛି । ଏଥିସହ ଅଲ୍-ଆଦରି ବାରାକରେ ଥିବା ଆମେରିକା ସୈନ୍ୟ ରହୁଥିବା ଗରକ ଓ ୨ଟି ହେଲିକପ୍ଟର ହ୍ୟାଙ୍ଗର ଉପରେ ଆକ୍ରମଣ ହୋଇଛି। ଏଥିରେ ଆମେରିକାର କିଛି ସୈନ୍ୟ ମୃତାହତ ହୋଇଥିବା ବେଳେ ହେଲିକପୁର ଓ ଡ୍ରୋନର ବ୍ୟାପକ କ୍ଷତି ହୋଇଛି।
Source link



Source link

Leave A Reply

Your email address will not be published.