Voice of Eastern India

ଏସସିବି ମେଡିକାଲରେ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ମାମଲା, ଆସିଲା ଶ୍ରୀକାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ


କଟକ: ଏସସିବି ମେଡିକାଲରେ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ଘଟଣାରେ ଆସିଛି ମୃତ ଶ୍ରୀକାନ୍ତ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଯେଉଁଥିରେ ମାଡ଼ ଯୋଗୁ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଆହୁରି ମଧ୍ୟ ମୃତ ଶ୍ରୀକାନ୍ତଙ୍କର ହୃଦରୋଗ ଜନିତ ସମସ୍ୟା ଥିବା ମଧ୍ୟ ଟେଷ୍ଟ ରିପୋର୍ଟରୁ ଜଣା ପଡ଼ିଛି। ଅବଶ୍ୟ ଶ୍ରୀକାନ୍ତଙ୍କ ଭିସେରା ରିପୋର୍ଟ ଏବେ ମଧ୍ୟ ଆସିନାହିଁ । ଏମିତିରେ ଏହାକୁ ନେଇ ପୁଣି ଚର୍ଚ୍ଚା ବଢ଼ିଛି।

ସୂଚନାଥାଉକି, ଗତ ସେପ୍ଟେମ୍ବର ୩୦ ତାରିଖରେ ଶ୍ରୀକାନ୍ତଙ୍କ ମୃତ୍ୟୁ ନେଇ କଟକ ମଙ୍ଗଳାବାଗ ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। ମାନସିକ ରୋଗ ବିଭାଗରେ ଚିକିତ୍ସାଧିନ ଥିଲେ ଯାଜପୁର ଅଞ୍ଚଳର ଶ୍ରୀକାନ୍ତଙ୍କୁ ହସ୍ପିଟାଲ କର୍ମଚାରୀ ୱାର୍ଡ ଆଟେଣ୍ଡାଣ୍ଟ ଏବଂ କିଛି ସୁରକ୍ଷା କର୍ମୀ ସଂଘବଦ୍ଧ ଭାବେ ମାଡ଼ ମାରି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ହୋଇଥିଲା।

Also Read: SCBରେ ରୋଗୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ମେଡିକାଲ କର୍ମଚାରୀ ପିଟିପିଟି ମାରିଦେବା ଅଭିଯୋଗ

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୃତ ଶ୍ରୀକାନ୍ତ କେବେ କେବେ ନିଶା ସେବନ କରନ୍ତି । ନିକଟରେ ଅସୁସ୍ଥ ହେବାରୁ ତାଙ୍କୁ ଏସ୍ସିବି ମେଡିକାଲ ଅଣାଯାଇଥିଲା । ଯେଉଁଠି ଡାକ୍ତରଙ୍କ ପରାମର୍ଶ ମୁତାବକ ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ଶ୍ରୀକାନ୍ତ । କିନ୍ତୁ ୩୦ ତାରିଖ ମଧ୍ୟରାତ୍ରିରେ ତାଙ୍କୁ ସଙ୍ଘବଦ୍ଧ ଭାବେ ମାଡ଼ ମାରିଥିଲେ ହସ୍ପିଟାଲ କର୍ମଚାରୀ । ଯେଉଁଥିରେ ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ। ମାମଲାରେ ସମ୍ପୃକ୍ତ ଥିବା ଏକାଧିକ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି।

Source link



Source link

Leave A Reply

Your email address will not be published.