Voice of Eastern India

ଓଡ଼ିଶାରେ ନିର୍ମାଣ ହେବ ଆଉ ୨୯୦ ଇଭି ଚାର୍ଜିଂ ଷ୍ଟେସନ୍, ୧୩ଟି ସହର ଓ ହାଇୱେରେ ହେବ ସ୍ଥାପନ


ଭୁବନେଶ୍ୱର: ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ସହ ଚାର୍ଜିଂ ସୁବିଧା ବୃଦ୍ଧି ପାଇଁ ଓଡ଼ିଶାରେ ନିର୍ମାଣ ହେବ ଆଉ ୨୯୦ଟି ଇଭି ଚାର୍ଜିଂ ଷ୍ଟେସନ୍ । ରାଜ୍ୟର ୧୩ଟି ପ୍ରମୁଖ ସହର ସମେତ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ଏହି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁଯାୟୀ, ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୭୦ଟି ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ପାଇଁ ଅନୁମୋଦନ ମିଳିସାରିଛି । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୯୦ଟି ଷ୍ଟେସନ୍ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବରେ ପର୍ଯ୍ୟଟନ ବିଭାଗର ୬୮ଟି ୱେସାଇଡ୍ ଆମେନିଟି ସେଣ୍ଟରକୁ ମଧ୍ୟ ସାମିଲ କରାଯାଇଛି । ଫଳରେ ରାଜପଥରେ ଯାତାୟାତ କରୁଥିବା ଇଲେକ୍ଟ୍ରିକ୍ ଯାନ ଚାଳକମାନେ ଚାର୍ଜିଂ ସୁବିଧା ପାଇପାରିବେ ।

Also Read: ଜାନୁଆରୀ ୧୦ରୁ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ, ପ୍ରତ୍ୟେକଙ୍କୁ ପଚରାଯିବ ୪୦ ପ୍ରଶ୍ନ​​​​​​​

ଏହାବ୍ୟତୀତ ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଆଉ ୫୦୦ରୁ ଅଧିକ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବାକୁ ଯୋଜନା ରହିଛି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଏବେ ସୁଦ୍ଧା ୨୪ଟି ଇଭି ଚାର୍ଜିଂ ଷ୍ଟେସନ୍ କାର୍ଯ୍ୟକ୍ଷମ ରହିଛି । ରାଜ୍ୟରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା, ପ୍ରଦୂଷଣ ହ୍ରାସ କରିବା ଏବଂ ଯାନ ଚାଳକଙ୍କୁ ସହଜରେ ଚାର୍ଜିଂ ସୁବିଧା ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି।

​​​​​​​

Source link



Source link

Leave A Reply

Your email address will not be published.