Voice of Eastern India

ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ; ଦଳ ସଂଗଠନ ଓ ବିକାଶ ନେଇ ପରାମର୍ଶ ଦେବେ


ଭୁବନେଶ୍ବର ୨୪।୬: ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଦଳ ସଂଗଠନ, ବିକାଶ ନେଇ ପରାମର୍ଶ ଦେବେ । ଅମିତ ଶାହଙ୍କ ଗସ୍ତ ନେଇ  ଉତ୍ସାହିତ ଥିବା କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ ଆହୁରି ମଧ୍ୟ କହିଛନ୍ତି, ସଂଗଠନ ନେଇ ମଧ୍ୟ ଆଲୋଚନା ହେବ ।

ଅମିତ ଶାହ ଯେଉଁ ସମୟରେ ଓଡ଼ିଶା ପ୍ରଦେଶ ଆସିଛନ୍ତି, ଓଡ଼ିଶାର ବିକାଶ କ୍ଷେତ୍ରରେ ଅନେକ ପରାମର୍ଶ ରହିଛି । ଓଡ଼ିଶାର ବିକାଶ ଦଳର ସଂଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲୋକ ଯେଉଁ ପ୍ରକାର ବିଶ୍ୱାସ ରଖିଛନ୍ତି, ରାଷ୍ଟ୍ରର ଗୃହ ମନ୍ତ୍ରୀ ଆସୁଛନ୍ତି ତାଙ୍କର ଯେଉଁ ଅଭିଜ୍ଞତା ଅଛି, ଆଗାମୀ ସମୟ ପାଇଁ ଆଶୀର୍ବାଦ ସ୍ୱରୂପ । ବେଙ୍ଗଲ ନିର୍ବାଚନ ଆଗରୁ ଆସିଥିଲେ, ଏବେ ଆସୁଛନ୍ତି । ସିଏ ଆସିବା ସଂଗଠନ ଓ ଏଜେଣ୍ଡା ଉପରେ ଗୁରୁତ୍ବ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର ମାନ ଅଧିକ ବଢ଼ିବ । 

Also Read:-୬ ମାସ ଧରି ମିଳିନଥିଲା ଦରମା, ହୃଦଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବି ବିଗତ ଦିନରୁ ଆଲୋଚନା ଚାଲିଛି ଚାଲିଥିବ ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି । ମନ୍ତ୍ରିମଣ୍ଡଳ ଚର୍ଚ୍ଚା ବିଗତ ଦିନରୁ ଚାଲିଛି । କ’ଣ ହେବ କିଛି କହି ହେବନାହିଁ । ଯେଉଁ ବିଷୟ ରହିବ ନେତୃତ୍ୱ ବିଚାର କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ତହିଛନ୍ତି ।

Source link



Source link

Leave A Reply

Your email address will not be published.