Voice of Eastern India

କାର ରେସିଂ କାଳରେ ଦୁର୍ଘଟଣାର ଶିକାର ହେଲେ ଅଜିଥ କୁମାର, ଅଳ୍ପକେ ବର୍ତ୍ତିଲେ ସାଉଥ୍ ଆକ୍ଟର


ଚେନ୍ନାଇ: ତାମିଲ ସିନେମାରେ ନିଜର ସଫଳ କ୍ୟାରିୟର ବ୍ୟତୀତ ମୋଟର ସ୍ପୋର୍ଟସ୍ ପ୍ରତି ନିଶା ଲାଗି ଅଜିଥ କୁମାର ବେଶ ଜଣାଶୁଣା। ରେସିଂ ପ୍ରତି ତାଙ୍କର ଏହି ନିଶା ପାଇଁ ସେ ‘ଅଜିଥ କୁମାର ରେସିଂ’ ନାମରେ ନିଜର ଏକ ଟିମ୍ ମଧ୍ୟ ଗଢିଛନ୍ତି। ସେ ୟୁରୋପ ସମେତ ସାରା ବିଶ୍ୱରେ ହେଉଥିବା ଏଣ୍ଡ୍ୟୁରେନ୍ସ ରେସ୍ ରେ ଭାଗ ନେଇ ଆସୁଛନ୍ତି। ଏଣୁ ଫ୍ୟାନ୍ସ ତାଙ୍କ ଫିଲ୍ମ ବ୍ୟତୀତ ରେସିଂ ଦେଖିବାକୁ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆସୁଥିବା ଖବର ଅନୁସାରେ ୟୁରୋପରେ ଅନୁଷ୍ଠିତ ଏକ କାର ରେସିଂରେ ଅଜିଥ କୁମାରଙ୍କ କାର ଆଉ ଏକ କାରକୁ ଧକ୍କା ଦେଇଥିବା ଜଣାପଡିଛି। ତେବେ ଏଥିରେ ଅଜିଥ କୁମାର ସୁରକ୍ଷିତ ବର୍ତ୍ତି ଯାଇଥିବା ଜଣାପଡିଛି।

ଏହି ଦୁର୍ଘଟଣା ଏସିୟାନ ଲେମ୍ୟାନସ୍ ସିରିଜ ଓ ମିଶେଲିନ ଲେ ମ୍ୟାନସ କପ ସହିତ ଏଣ୍ଡ୍ୟୋରେନ୍ସ ଚାମ୍ପିୟନସିପ୍ ରେ ଭାଗ ନେବା ବେଳେ ହୋଇଛି। ‘ଫିଲ୍ମ ବିଟ୍’ ଅନୁସାରେ ରେସ୍ କାଳରେ ଅଜିଥଙ୍କ କାର ଦ୍ରୁତ ବେଗରେ ଅନିୟନ୍ତ୍ରିତ ହୋଇପଡିଥିଲା, ଫଳରେ ଏକ ଅନ୍ୟ ବାହନ ସହ ଧକ୍କା ଲାଗିଛି। ଏହି ଦୁର୍ଘଟଣାର ଫୁଟେଜ ଓ ଖବର ପ୍ରସାରଣ ପରେ ଅଜିଥ କୁମାରଙ୍କ ଫ୍ୟାନ୍ସ ଏବେ ଚିନ୍ତାରେ ପଡିଯାଇଛନ୍ତି। ଏହା ଏକ ସାଂଘାତିକ ଦୁର୍ଘଟଣା ଥିଲା, ହେଲେ ଅଜିଥ କୁମାରଙ୍କୁ କୌଣସି ଆଘାତ ଲାଗି ନାହିଁ। ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଜିଥଙ୍କ ପ୍ରଫେସନାଲ ରେସିଂ ଅଭିଜ୍ଞତା ରହିଛି ଏହା ଛଡା କାରରେ ଲାଗିଥିବା ସୁରକ୍ଷା ପ୍ରଣାଳୀ ଯୋଗୁ ତାଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି। ଏଣ୍ଡ୍ୟୋରେନ୍ସ ରେସ୍ ଦ୍ରୁତ ବେଗ ଯୋଗୁ ଅତ୍ୟନ୍ତ ବିପଦଜନକ। ଡ୍ରାଇଭର କଡ଼ା ସୁରକ୍ଷା ନିୟମ ପାଳନ କରିବା ସତ୍ତ୍ୱେ ମଧ୍ୟ ଦୁର୍ଘଟଣା ଘଟିପାରେ। ଏଭଳି ପରିସ୍ଥିତିରେ ଅଜିଥଙ୍କ ଶାନ୍ତ ସ୍ୱଭାବ ପୁଣି ଥରେ ରେସିଂ ଟ୍ରାକ୍ ରେ ତାଙ୍କ ଅନୁଭବକୁ ଦର୍ଶାଉଛି। ଘଟଣା ପରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥା ଥିବା କୁହାଯାଇଛି।

Source link



Source link

Leave A Reply

Your email address will not be published.