Voice of Eastern India

ବ୍ୟାନ୍ ହେବେ ଯଶସ୍ୱୀ ଜୈସୱାଲ ? ଶ୍ରୀଲଙ୍କା ଖେଳାଳିଙ୍କ ସହ ମୁହାଁମୁହିଁ ହେବା ପରେ ବଢ଼ିଲା ଅଡ଼ୁଆ


କଲମ୍ୱୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଯଶସ୍ୱୀ ଜୈସୱାଲ୍ ଏବଂ ଶ୍ରୀଲଙ୍କା ବୋଲର ଅସିଥା ଫର୍ଣ୍ଣାଣ୍ଡୋଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯଶସ୍ୱୀଙ୍କୁ ଆଉଟ୍ କରିବା ପରେ ଅସିଥା ତାଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ସେଣ୍ଡ୍-ଅଫ୍ ଦେଇଥିଲେ । ଏହା ପରେ ମାହୋଲ ଗରମ ହୋଇଯାଇଥିଲା ଏବଂ ଦୁଇ ଖେଳାଳି ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ହୋଇଥିଲା ।

ସମ୍ପୂର୍ଣ୍ଣ ଘଟଣାରେ ଏବେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ଦୁଇ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ମ୍ୟାଚ୍ ଅଫିସିଆଲମାନେ ଏହି ଘଟଣାକୁ କେବଳ ପଡ଼ିଆର ସାଧାରଣ ଯୁକ୍ତିତର୍କ ଭାବେ ଗ୍ରହଣ କରୁଛନ୍ତି ନା ଜାଣିଶୁଣି କରାଯାଇଥିବା ଶାରୀରିକ ଧକ୍କା ଭାବେ ଦେଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ଯଦି ଜାଣିଶୁଣି ଘଟାଯାଇଥିବା ମାମଲା ବୋଲି ବିଚାର କରାଯାଏ, ତେବେ ଭାରତୀୟ ଓପନରଙ୍କୁ କଠୋର ଦଣ୍ଡ ମିଳିପାରେ ।

ଏହି ଘଟଣା ମ୍ୟାଚର ୧୭ତମ ଓଭରରେ ଘଟିଥିଲା । ସେହି ଓଭରରେ ଯଶସ୍ୱୀ ଜୈସୱାଲ, ଅସିଥା ଫର୍ଣ୍ଣାଣ୍ଡୋଙ୍କ ବୋଲିଂରେ ତିନୋଟି ଚୌକା ମାରିଥିଲେ । କିନ୍ତୁ ଶେଷ ବଲରେ ଶ୍ରୀଲଙ୍କା ପେସର୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ଭିତରକୁ ଆସୁଥିବା ବଲ୍ ଜୈସୱାଲଙ୍କ ବ୍ୟାଟର ଏଡ୍ଜ ବାଜି ଷ୍ଟମ୍ପରେ ବାଜିଥିଲା । ୱିକେଟ୍ ନେବା ପରେ ଫର୍ଣ୍ଣାଣ୍ଡୋ ଆକ୍ରମଣାତ୍ମକ ଶୈଳୀରେ ସେଲିବ୍ରେସନ କରି ଜୈସୱାଲଙ୍କୁ ସେଣ୍ଡ୍-ଅଫ୍ ଦେଇଥିଲେ । ଭାରତୀୟ ବ୍ୟାଟ୍ସରଙ୍କୁ ଏହା ପସନ୍ଦ ଆସିନଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା ।

ମାମଲା ସେତେବେଳେ ଅଧିକ ଗମ୍ଭୀର ହେଲା, ଯେତେବେଳେ ଜୈସୱାଲ ପାଭିଲିୟନ ଫେରିବା ପରିବର୍ତ୍ତେ ଫର୍ଣ୍ଣାଣ୍ଡୋଙ୍କ ଆଡ଼କୁ ଆଗେଇ ଗଲେ । ଦେବଦତ୍ତ ପାଡିକ୍କଲ ତାଙ୍କୁ ସେଠାରୁ ଯିବା ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ । ଶ୍ରୀଲଙ୍କାର ଅନ୍ୟ ଖେଳାଳିମାନେ ମଧ୍ୟ ଆଖପାଖରେ ଏକାଠି ହୋଇଯାଇଥିଲେ । ଜୈସୱାଲ ଏବଂ ଫର୍ଣ୍ଣାଣ୍ଡୋ ପରସ୍ପରର ଅତି ନିକଟତର ହୋଇଥିଲେ ଏବଂ ସେମାନଙ୍କ ମୁଣ୍ଡ ପରସ୍ପର ସହ ଧକ୍କା ହେଉଥିବା ଦେଖାଯାଇଥିଲା । ଏହି ଧସ୍ତାଧସ୍ତି ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର କାରଣ ପାଲଟିପାରେ ।

 

ପଡ଼ିଆରେ ଶାରୀରିକ ଆକ୍ରମଣ ଏବଂ ହିଂସାର ମୁକାବିଲା ପାଇଁ ଆଇସିସି ଅତ୍ୟନ୍ତ କଡ଼ା ନିୟମ ରଖିଛି । ଆଇସିସି କୋଡ୍ ଅଫ୍ କଣ୍ଡକ୍ଟର ଅନୁଚ୍ଛେଦ ୨.୧୮ ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ କୌଣସି ଖେଳାଳି, ସପୋର୍ଟ ଷ୍ଟାଫ୍, ଅମ୍ପାୟାର, ମ୍ୟାଚ୍ ରେଫରୀ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଉପରେ ଶାରୀରିକ ଆକ୍ରମଣ ସହ ଜଡ଼ିତ । ସେହିପରି ଆର୍ଟିକିଲ୍ ୨.୧୯ ପଡ଼ିଆରେ କୌଣସି ପ୍ରକାରର ହିଂସାତ୍ମକ ଆଚରଣ ସହ ଜଡ଼ିତ ।

ଦେଖିବାକୁ ହେବ ଯେ ଆଇସିସି କେଉଁ ଆଧାରରେ ମାମଲାର ଆକଳନ କରୁଛି । ଦୁଇ ଖେଳାଳିଙ୍କ ଉପରେ ଜରିମାନା ଲଗାଯାଇପାରେ, ଏହା ସହିତ ଡିମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇପାରେ । ଜୈୟସ୍ୱାଲ ଗତ ୨୪ ମାସ ମଧ୍ୟରେ କୌଣସି ଡିମେରିଟ୍ ପଏଣ୍ଟ ପାଇନାହାନ୍ତି । ଏପରି ସ୍ଥିତିରେ ଯଦି ତାଙ୍କୁ ଆଇସିସି ତରଫରୁ ୪ଟି ଡିମେରିଟ୍ ପଏଣ୍ଟ ମିଳେ, ତେବେ ହିଁ ତାଙ୍କ ଉପରେ ଗୋଟିଏ ଟେଷ୍ଟ କିମ୍ବା ୨ଟି ଦିନିକିଆ/୨ଟି ଟି-୨୦ ମ୍ୟାଚର ବ୍ୟାନ୍ ଲାଗିବ । ସୂଚନାଯୋଗ୍ୟ ଯେ, ଯଦି ୨୪ ମାସ ମଧ୍ୟରେ ଜଣେ ଖେଳାଳିଙ୍କର ୪ କିମ୍ବା ତା’ଠାରୁ ଅଧିକ ଡିମେରିଟ୍ ପଏଣ୍ଟ ହୋଇଯାଏ, ତେବେ ତାହା ଗୋଟିଏ ସସପେନସନ ପଏଣ୍ଟରେ ପରିଣତ ହୁଏ ଏବଂ ବ୍ୟାନର ସାମ୍ନା କରିବାକୁ ପଡ଼ିଥାଏ।

ଯଶସ୍ୱୀ ଜୈସୱାଲଙ୍କ କ୍ୟାରିୟରରେ ପୂର୍ବରୁ ମଧ୍ୟ ଏପରି ମାମଲା ସାମ୍ନାକୁ ଆସିସାରିଛି । ୨୦୨୨ ଦୁଲୀପ ଟ୍ରଫି ଫାଇନାଲରେ ୱେଷ୍ଟ ଜୋନ୍ ପକ୍ଷରୁ ଖେଳୁଥିବା ସମୟରେ ସାଉଥ୍ ଜୋନର ଟି. ରବି ତେଜାଙ୍କ ସହ ତାଙ୍କର ବାରମ୍ବାର ପାଟିତୁଣ୍ଡ ହୋଇଥିଲା । ଅମ୍ପାୟାରଙ୍କ ଚେତାବନୀ ସତ୍ତ୍ୱେ ବିବାଦ ଜାରି ରହିବାରୁ ଅଧିନାୟକ ଅଜିଙ୍କ୍ୟ ରହାଣେ ନିଜେ ଯଶସ୍ୱୀଙ୍କୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ । ରହାଣେ ପରେ କହିଥିଲେ ଯେ ମ୍ୟାଚ୍ ରେଫରୀ ଯଶସ୍ୱୀଙ୍କ ଉପରେ ୪ଟି ମ୍ୟାଚର ବ୍ୟାନ୍ ଲଗାଇବାକୁ ପ୍ରସ୍ତୁତ ହେଉଥିଲେ । ତେବେ ଅଧିନାୟକଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେହି ଦଣ୍ଡ ଲାଗୁ ହୋଇନଥିଲା ।

 

Source link





Source link

Leave A Reply

Your email address will not be published.