Voice of Eastern India

ଗାଁ ପାହାଡ଼ରେ ଲୁଚିଛି ବାଘ, ଲୋକେ ହେଲେଣି ଛାନିଆ


ମାଥିଲି ୧୯।୦୮ : ମାଲକାନଗିରି ଜନ୍ଦ୍ରାଗୁଡାରେ ୪ ବର୍ଷର ଶିଶୁକୁ ହେଟାବାଘ ଆକ୍ରମଣ ଘଟଣାରେ ଗାଁରେ ଏବେ ଭୟର ବାତାବରଣ । ବନବିଭାଗ ଘଟଣା ନେଇ ତଦନ୍ତ ଆରମ୍ଭ କରିଛି । ପାହାଡ ନିକଟରେ ଥିବା ଏହି ଗାଁ ରେ ସଂଧ୍ୟା ହେଲେ ତାଟି କବାଟ ପଡୁଛି । ଗାଁରେ ବନବିଭାଗ ଏବଂ ପୋଲିସ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛି।

ଖବର ଅନୁଯାୟୀ, ମାଲକାନଗିରିକୁ ଲାଗିଥିବା ଛତିଶଗଡର କାଙ୍ଗରଘାଟି ଘଞ୍ଚ ଜଂଗଲରୁ ବାଘ ଆସିଥିବା ସନ୍ଦେହ କରୁଛି ବନବିଭାଗ । ତେବେ ଘଟଣା ଦିନ ପ୍ରବଳ ବର୍ଷା ଯୋଗୁଁ ପାଦ ଚିହ୍ନ ଲିଭିଯାଇଥିବାରୁ ଆକ୍ରମଣ କରିଥିବା ଜନ୍ତୁଟି କଣ ତାହାର ସଠିକ ପ୍ରମାଣ ପାଇପାରିନି ବନବିଭାଗ । ଆଖପାଖ ଗାଁରେ ମାଇକ ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏହା ସହ ପାଟ୍ରୋଲିଂ ମଧ୍ୟ କରୁଛି ବନବିଭାଗ । ସରକାରୀ ନିୟମ ଅନୁଯାୟୀ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଭାଗ। ସେପଟେ ଗୁରୁତର ଶିଶୁକୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

Watch Video:-

 

Source link



Source link

Leave A Reply

Your email address will not be published.