Voice of Eastern India

ଛାଡ଼ି ପଳାଇଲେ ସମ୍ପର୍କୀୟ, ହସ୍ପିଟାଲରେ ପଡ଼ିରହିଛି ମୃତ ଦେହ


ଯାଜପୁର: ମୃତ ଦେହ ଛାଡ଼ି ପଳାଇଲେ ସମ୍ପର୍କୀୟ। ହସ୍ପିଟାଲରେ ପଡ଼ିରହିଛି ଶବ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସେପଟେ ମୃତକଙ୍କ ସମ୍ପର୍କୀୟଙ୍କୁ ଖୋଜୁଛି ମେଡ଼ିକାଲ ଫାଣ୍ଡି ପୋଲିସ।

ମିଳିଥିବା ସୂଚନା ଅନୁସାରେ, ଶବଟି ହେଉଛି ଜଣେ ମହିଳାଙ୍କ। ତାଙ୍କ ପରିଚୟ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ମମତା ମୁଣ୍ଡା ବୋଲି ଜଣାପଡ଼ିଛି। ଜଣାପଡ଼ିଛି, ଗତ ୨୬ ତାରିଖ ଦିନ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

Also Read: ମର୍ମନ୍ତୁଦ ଦୁର୍ଘଟଣା, ଘାଟିରେ ବରଯାତ୍ରୀ ବସ୍ ଓଲଟି ଏକାଧିକ ଆହତ

ମାତ୍ର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘଟିଛି। ହେଲେ ମୃତ୍ୟୁ ପରେ ବି ତାଙ୍କ ପାଖରେ କେହି ସମ୍ପର୍କୀୟ ନଥିବା ଦେଖିବାକୁ ମିଳିଛି। ଏମିତିରେ କେହି ନଥିବାରୁ ମୃତ ଦେହ ମେଡିକାଲରେ ପଡ଼ି ରହିଛି। ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟଙ୍କୁ ଖୋଜୁଛି ମେଡିକାଲ ଫାଣ୍ଡି ପୋଲିସ। ଆଣିଥିବା ସମ୍ପର୍କୀୟ ମଧ୍ୟ କୁଆଡ଼େ ଗଲେ ? କାହିଁକି ମୃତ ଦେହକୁ ଛାଡ଼ି ପଳାଇଲେ ସମ୍ପର୍କୀୟ ତାକୁ ନେଇ ଉଠିଛି ପ୍ରଶ୍ନ ?

Source link



Source link

Leave A Reply

Your email address will not be published.