Voice of Eastern India

ଛାତ୍ର ସଂସଦ ନିର୍ବାଚନ ନେଇ ବିଜେଡିକୁ ଘେରିଲେ ଲେନିନ ମହାନ୍ତି, କହିଲେ- ଏତେ ତରିବରିଆ କାହିଁକି ? କାହା ସ୍ୱାର୍ଥରେ ନିର୍ବାଚନ


ଭୁବନେଶ୍ୱର ୧୨।୧୦ :  ଦୁଇ ବର୍ଷ ଧରି ପ୍ରସ୍ତୁତି କରୁଥିଲେ । କାହିଁକି ଛାତ୍ର ସଂସଦ ନିର୍ବାଚନ କରିପାରୁନଥିଲେ । ପ୍ରଶ୍ନ ଉଠିଲା, ହଠାତ କି ପ୍ରସ୍ତୁତି ଆସିଲା ଯେ, ନିର୍ବାଚନ ହେଉଛି। ରମାଦେବୀ ମହାବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡକ୍ଟର ସଂଜୟ ରାଉଳ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେଳେଙ୍କାରୀ କରିଛନ୍ତି। ଯାହାର ଫୋନ ଅଡିଓ ରେକର୍ଡ଼ିଂ ଭାଇରାଲ ହେଉଛି।  ଯେତେ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ବି ରମାଦେବୀ ବିଶ୍ୱବିଦ୍ୟାଳୟ ଜିତିବାର ଅଛି। ଡକ୍ଟର ସଞ୍ଜୟ ରାଉତ ରାଷ୍ଟ୍ରୀୟ ସଂୟ ସେବକ ସଂଘର ସଦସ୍ୟ । ମହିଳାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସରକାର। ହେଲେ ନିଜ ଇମେଜ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ରମାଦେବୀ ଜିତିବାକୁ ଚାହୁଁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯ, ଯିଏ ଏବିଭିପି ସହ ନାହାନ୍ତି, ମୁଖ୍ୟମନ୍ତ୍ରୀ ଟ୍ରାକ କରୁଛନ୍ତି ବୋଲି ଡକ୍ଟର ରାଉତ କହୁଛନ୍ତି। ଲିଙ୍ଗଡୋ କମିସନ କୁଆଡେ ଗଲା ? ମୁଖ୍ୟମନ୍ତ୍ରୀ ବାରମ୍ବାର ରମାଦେବୀ ପରି ଅନେକ କଲେଜକୁ ଫୋନ କରୁଛନ୍ତି। ଏବିଭିପିକୁ ଜିତାଇବାକୁ ପ୍ରଶାସନ ଓ ସରକାରୀ କଳ ବ୍ୟବହାର ହେଉଛି । ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିଲା ମଡେଲ କଲେଜରେ ନିର୍ବାଚନ ବନ୍ଦ କରିବାକୁ। ହେଲେ ସେଠି ନାମାଙ୍କନ ଦାଖଲ ସରିଥିଲା। କଲେଜ ଭିତରେ କିଛି ଅପ୍ରୀତିକାର ପରିସ୍ଥିତି ନଥିଲା। ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମାନି ନିର୍ବାଚନ ବନ୍ଦ କରାଗଲା। ସବୁ ୧୯ ପ୍ରାର୍ଥୀ ନିଦ୍ୱନ୍ଦରେ ଜିତିଥିଲେ। ଜିଲ୍ଲାପାଳଙ୍କ କାମ ଏବିଭିପିକୁ ଜିତାଇବାକୁ ନ ହେଲେ ନିର୍ବାଚନ ବନ୍ଦ ହେଉ।

Also Read:-ନକଲି ହଳଦୀ ଓ ମରିଚ ଗୁଣ୍ଡ କାରଖାନା ଠାବ, ଲକ୍ଷାଧିକ ଟଙ୍କାର କଞ୍ଚାମାଲ ଓ ସାମଗ୍ରୀ ଜବତ

ସେହିପରି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ whatsaap ଗ୍ରୁପରେ ପ୍ରଫେସରମାନେ ଏବିଭିପି ପ୍ରାର୍ଥୀ ପାଇଁ ପ୍ରଚାର କରୁଛନ୍ତି। FM କଲେଜରେ ବିଧାୟକ ମାନସ ଦତ୍ତ, ସିଦ୍ଧାନ୍ତ ମହାପାତ୍ର କେମିତି ପ୍ରଚାର କଲେ ? । ଗତକାଲି ହଠାତ ପିପିଲିରେ ଏବିଭିପି ପ୍ରାର୍ଥୀକୁ ବିଜେପି ଯୁବ ମୋର୍ଚ୍ଚା ହଇଜାକ କରି ନେଇଥିଲେ। ସେ ପ୍ରାର୍ଥୀ ବିଜେବି କଲେଜରେ ନାମାଙ୍କନ କରିଛନ୍ତି। ବାବୁ ସିଂ ଟିମ ତାଙ୍କୁ ଚୋରୀ କରି ନେଇଗଲେ। ଯେଉଁଠି ପିପିଲିରେ ଏବିଭିପି ପିଲା ତାଙ୍କ ଉପରେ ଆକ୍ରମଣ କଲେ। ହେଲେ ବିଜେଡି ଛାତ୍ର ନେତାଙ୍କ ଘର ଆଗରେ ପୋଲିସ ଛାଉଣୀ ହେଲା। ପିପିଲି ଥାନାରେ ଛାତ୍ର ବିଜେଡି ପିଲାଙ୍କୁ ଅଟକ ରଖିଛି ? ବାବୁ ସିଂ ଲଢ଼ି ପାରିବେନି ବୋଲି ଭୟଭୀତ ହୋଇ ଏପରି କାମ କରୁଛନ୍ତି। ଏ କିପରି ଛାତ୍ର ସଂସଦ ନିର୍ବାଚନ !

ଉତ୍କଳ ବିଶ୍ୱବିଦ୍ୟାଳୟରେ ଏବିଭିପି ଓ ବିଜେପି ଯୁବ ମୋର୍ଚ୍ଚା ମିଶିବେ ବୋଲି ବିଜେପି ଭାବୁଥିଲା। ହେଲେ ହେଲାନି। ଗତ ରାତିରେ ବୋମା ଫୁଟିଲା। ରାମଦେବୀରୁ ବାଣୀ ବିହାର ଆସିଛନ୍ତି ପ୍ରଧ୍ୟାପକମାନେ, ଯେଉଁମାନେ କେବେ ବିଜେପି ସହ ସମ୍ପୃକ୍ତ ଥିଲେ। କୁଳପତି ପ୍ରଚାର କରି ଚାପ ପକାଉଛନ୍ତି।  କଳବଳ କୌଶଳ, କଲେଜ ପ୍ରଶାସନ, ପୋଲିସକୁ ଅପବ୍ୟବହାର କରି ନିର୍ବାଚନ ଲଢ଼ୁଛି ବିଜେପି। ପେପର ଵାଲଟରେ ଛାତ୍ର ବିଜେଡିକୁ ସମର୍ଥନ କରନ୍ତୁ।  ବିଜେପିର ଅସଲ ଚିତ୍ର ପଦାକୁ ଆସୁଛି।

Watch Video:-

​​​​​​​

Source link



Source link

Leave A Reply

Your email address will not be published.