ଚଣ୍ଡିଖୋଲ: ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ବେଳ ବିଜେଡି ନେତାଙ୍କୁ ଆକ୍ରମଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ବଡ଼ଚଣା ଥାନା ଅଧୀନ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରୁ । ସେପଟେ ଏହି ଘଟଣାକୁ ବଡ଼ଚଣା ବିଜେଡି ପକ୍ଷରୁ ନିନ୍ଦା କରାଯିବା ସହ, ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି।
ସୂଚନା ଅନୁସାରେ, ଶନିବାର ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେଉଥିଲା। ଛାତ୍ର ବିଜେଡି ପକ୍ଷରୁ ପାର୍ଥୀମାନେ ବିରାଟ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏମିତିରେ ସମର୍ଥନରେ ଆସିଥିବା ବିଜେଡି ନେତା ତଥା ଯାଜପୁର ବିଜେଡି ସୋସିଆଲ ମିଡିଆ କୋ-ଅର୍ଡିନେଟର ସତ୍ୟବ୍ରତ ସାମଲ ଘରକୁ ଫେରୁଥିବା ସମୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।
Also Read: ନୟାଗଡ଼ର ୪ କଲେଜରେ ନିର୍ବାଚନ ବାତିଲ ; ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା, ସରକାରଙ୍କୁ ଘେରିଲେ ଅରୁଣ ସାହୁ
ଆକ୍ରମଣ ଯୋଗୁ ସେ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ପ୍ରଥମେ ବଡ଼ଚଣା ମେଡିକାଲ ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ବିଜେଡି ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ।
