Voice of Eastern India

ଛାତ୍ର ସଂସଦ ନିର୍ବାଚନ ପାଇଁ ଅପରାହ୍ନରେ ଆସିବ ବିଜ୍ଞପ୍ତି ! ଦଶହରା ପୂର୍ବରୁ ସରିବ ପ୍ରକ୍ରିୟା


ଭୁବନେଶ୍ୱର, ୦୩/୧୦ :ବହୁ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ। ଏନେଇ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ। ବିଜ୍ଞପ୍ତି ପ୍ରକାଶ ସହ କେଉଁ ଦିନ କଣ ସବୁ ପ୍ରକ୍ରିୟା ରହିବ ସେସବୁର ସଂପୂର୍ଣ୍ଣ ତାଲିକା ପ୍ରକାଶ ହେବ। ଦଶହରା ଛୁଟି ପୂର୍ବରୁ ଏହି ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ। କେବଳ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

Also Read :- Asian Games : ଆଜି ଭାରତ-ପାକିସ୍ତାନ ମହା ମୁକାବିଲା : ସୁନା ଜିତିବ ବିଜୟୀ ଦଳ

ସୂଚନାଯୋଗ୍ୟ,ଗତ ୨୦୧୮ ମସିହାରୁ ବିଭିନ୍ନ ଆଳ ଦେଖାଇ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ୨୦୨୪ ମସିହାରେ ବିଜେପି ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ପ୍ରତିଶ୍ରୁତି ଦେଇଥି ଲା । ସରକାର ଆସିବା ପରେ ଖୁବ୍ କମ୍ ଦିନ ଥିବାରୁ ସରକାର ନିର୍ବାଚନୀ ପ୍ରସ୍ତୁତି କରିନଥିଲେ। ଏହାକୁ ନେଇ ଛାତ୍ର ବିଜେଡିଠୁ ଆରମ୍ଭ କରି ଏବିଭିପି,ଛାତ୍ର କଂଗ୍ରେସ ପ୍ରମୁଖ ଛାତ୍ର ସଂଗଠନ ମାନେ ଛାତ୍ର ସଂସଦ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ । ଏପରିକି ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ପ୍ରକାର ଗ୍ରୀନ୍ ସିଗନାଲ ଦେଇ କହିଥିଲେ,ସରକାର ଛାତ୍ର ସଂସଦ ନିର୍ବାଚନ ନେଇ ସକାରାତ୍ମକ ଅଛନ୍ତି। ଏନେଇ ବିଚାର ଚାଲିଛି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ବିଧାୟକ,ମନ୍ତ୍ରୀଙ୍କୁ ନେଇ ସରକାରଙ୍କର ଏକ ବୈଠକରେ ଛାତ୍ର ସଂସଦ ନିର୍ବାଚନ ନେଇ ଆଲୋଚନା ମଧ୍ୟ ହୋଇଥିଲା। ଦଶହରା ଛୁଟି ପୂର୍ବ ଅର୍ଥାତ୍ ଆସନ୍ତା ୧୫ ତାରିଖ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଶେଷ କରି କରିବାକୁ ଯୋଜନା କରାଯାଇଛି। ଅନ୍ୟ ପଟେ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୂଚନା ମିଳିଛି। ଆଜି ଅପରାହ୍ନରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ।

Source link



Source link

Leave A Reply

Your email address will not be published.