Voice of Eastern India

ତୁହାକୁ ତୁହା ବର୍ଷିବ ! ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ


ଭୁବନେଶ୍ୱର: ଗରମ ଗୁଳୁଗୁଳୁରୁ ମିଳିଲା ଆଶ୍ବସ୍ତି। କେବଳ ଟ୍ଵିନ ସିଟି ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ବର୍ଷା ହେବାକୁ ନେଇ ମଧ୍ୟ ପୂର୍ବାନୁମାନ କରିଛି ଆଇଏମଡି । ଆସନ୍ତା ୨୪ ଘଣ୍ଟା ପାଇଁ ୭ଟି ଜିଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ରହିଛି। କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି,ଓ କନ୍ଧମାଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏହା ଛଡା ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡିଶା ରେ ବର୍ଷାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ନୟାଗଡ଼, ଗଂଜାମ, ଅନୁଗୁଳ ଢେଙ୍କାନାଳ ସହ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରିରହିବ। ସୋଆ ସିଇସି ଙ୍କ ସୂଚନା ଅନୁଯାୟୀ ୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଅଧିକ ଘନୀଭୂତ ହେବ।

Source link



Source link

Leave A Reply

Your email address will not be published.