କୋଲକାତା: ପ୍ରାୟ ଦୀର୍ଘ ୨୦ ବର୍ଷ ପରେ କୋଲକାତାରେ ପାଦ ରଖିବାକୁ ଯାଉଛନ୍ତି ପ୍ରଖ୍ୟାତ ବାଂଲାଦେଶୀ ଲେଖିକା ତସଲିମା ନସରୀନ। ଅଗଷ୍ଟ ୧ ତାରିଖରେ କୋଲକାତାର ରବୀନ୍ଦ୍ର ସଦନରେ ମୌଳବାଦୀ ବିରୋଧୀ କବି ଏବଂ ଲେଖକମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଯାହାର ସୂଚନା ତସିଲୀମା ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସୋସିଆଲ୍ ମିଡିଆରେ ତସଲୀମାଙ୍କର ଏହି ସୂଚନା ପରେ ସାହିତ୍ୟିକ ଏବଂ ସାଂସ୍କୃତିକ ମହଲରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
୨୦୦୭ ମସିହାରେ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାରଥିବା ବେଳେ ତସଲିମା ନାସରିନଙ୍କୁ କୋଲକାତା ଛାଡିବାକୁ ପଡ଼ିଥିଲା। ତାଙ୍କ ଲେଖାକୁ ନେଇ ମୌଳବାଦୀ ଇସ୍ଲାମ ଗୋଷ୍ଠୀ ତୀବ୍ର ବିରୋଧ କରିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ହାତ ବାହାରକୁ ଚାଲିଯାଇଥିଲା। ଫଳରେ ନାସରୀନଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା।
Also Read- ୨୬ ବର୍ଷ ପରେ ଜେଲ୍ରୁ ମୁକୁଳିବେ ଦାରା ସିଂହ ! ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସେହିଦିନ ଠାରୁ କୋଲକାତାରେ ଯେ କୌଣସି ସ୍ଥାନରେ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଲେ ବି ତସଲିମାନଙ୍କୁ ଏଣ୍ଟ୍ରି କରିବକାକୁ ଦିଆଯାଇ ନାହିଁ। ମୁସଲମାନ ମୌଳବାଦୀମାନେ ତାଙ୍କୁ କୋଲକାତାରେ ଏଣ୍ଟ୍ରି କରିବାକୁ ଦେଇ ନାହାନ୍ତି। ଏମିତିକ ମମତା ସରକାର ଥିବା ସମୟରେ ବି ତାଙ୍କୁ ମୌଳବାଦୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ଆଜି ସେଠାରେ ବିଜେପି ସରକାର ଆସିବା ପରେ ତସଲିମା ପୁଣିଥରେ କୋଲକାତା ଫେରିବାକୁ ସୁଯୋଗ ପାଇଛନ୍ତି।
