Voice of Eastern India

ପୁଲିସରେ ଭର୍ତ୍ତି ବେଳେ ପ୍ରେମ, ଏକାଠି ୩ ବର୍ଷ ଗୋଟିଏ ଥାନାରେ ଚାକିରି; ଦୁଇ ମହିଳା କନେଷ୍ଟବଳଙ୍କ ବିବାହ ସ୍ଥଗିତ 


ପୁଣେ: ପ୍ରାୟ ୩ ବର୍ଷ ପୂର୍ବରୁ ପୁଲିସ୍ ଭର୍ତ୍ତି ପ୍ରକ୍ରିୟା ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ତାଲିମ ଶେଷ ହେବା ପରେ ଦୁହେଁ ପ୍ରଥମେ ପୁଲିସ୍ ମୁଖ୍ୟାଳୟ ଏବଂ ପରେ ପୁଣେର ଗୋଟିଏ ଥାନାରେ ନିଯୁକ୍ତି ପାଇଥିଲେ। ଏହି ସମୟରେ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା ଏବଂ ସେମାନେ ଏକାଠି ରହିବା ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।  

ଅଗଷ୍ଟ ୩୦ ତାରିଖରେ ଆଳନ୍ଦୀଠାରେ ବୈଦିକ ରୀତିନୀତିରେ ବିବାହ କରିବା ପାଇଁ ସେମାନେ ଛୁଟି ଆବେଦନ ସହ ବିବାହ କାର୍ଡ ମଧ୍ୟ ପୁଲିସ୍ ବିଭାଗରେ ଦାଖଲ କରିଥିଲେ। ତେବେ ଜଣଙ୍କ ପରିବାର ପକ୍ଷରୁ ଏହି ସମ୍ପର୍କକୁ କଡ଼ା ବିରୋଧ କରାଯାଇଥିଲା ଏବଂ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ପୁଲିସ୍ ଏହାକୁ ସେମାନଙ୍କର ବ୍ୟକ୍ତିଗତ ମାମଲା ଦର୍ଶାଇ କେବଳ କାଉନସେଲିଂ ସହାୟତା ଦେବାକୁ କହିଥିଲେ। ବ୍ୟାପକ ଚର୍ଚ୍ଚା ଓ ପାରିବାରିକ ଚାପ ଯୋଗୁଁ ବିବାହକୁ ରଦ୍ଦ କରାଯାଇଛି। 

ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କନଷ୍ଟେବଲ ଲିଙ୍ଗ ପରିବର୍ତ୍ତନ ଚିକିତ୍ସା ପାଇଁ ମୁମ୍ବାଇର ଏକ ହସ୍ପିଟାଲକୁ ଯାଉଥିବା ଜଣାପଡ଼ିଛି, ତେବେ ବିବାହ ସ୍ଥଗିତ ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ ତାହା ଅସ୍ପଷ୍ଟ ରହିଛି। ପୁଣେର ପିମ୍ପରୀ-ଚିଞ୍ଚୱଡ଼ ପୁଲିସ୍ କମିଶନରେଟରେ କାର୍ଯ୍ୟରତ ଦୁଇଜଣ ମହିଳା କନଷ୍ଟେବଲଙ୍କ ଏହି କାହାଣୀ । ଏବେ ସେମାନଙ୍କ ବିବାହ ସ୍ଥଗିତ ରହିଛି ।

ଅନ୍ୟ ଏକ ଲିଙ୍ଗ ପରିବର୍ତ୍ତନ ମାମଲା

 ଏହି ପୁଲିସ୍ ବିଭାଗରେ ଅନ୍ୟ ଜଣେ ମହିଳା ପୁଲିସ୍ ଅଧିକାରୀ ସରକାରୀ ଅନୁମତି ନେଇ ସର୍ଜରୀ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଏବଂ ନିଜର ଅଫିସିଆଲ୍ ସର୍ଭିସ୍ ରେକର୍ଡରେ ପୁରୁଷ ଭାବେ ପରିବର୍ତ୍ତନ ପାଇଁ ଆବେଦନ କରିଛନ୍ତି। ମହିଳା କୋଟାରେ ମିଳିଥିବା ସୁବିଧା ଓ ନିଯୁକ୍ତି ନିୟମକୁ ନେଇ କେତେକ ଆଇନଗତ ପ୍ରଶ୍ନ ଉଠିଥିବାରୁ ଏହି ନିଷ୍ପତ୍ତି ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି।  

Source link



Source link

Leave A Reply

Your email address will not be published.