ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ । ଅମ୍ବାଦୋଳା ଥାନାରେ କାର୍ଯ୍ୟରତ ଜଣେ ପୋଲିସ ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଏସ୍ଆଇ ଜଣକ ହେଲେ ଅଶୋକ ପ୍ରଧାନ। ତାଙ୍କ ମୃତଦେହ ସରକାରୀ କ୍ୱାର୍ଟରରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏସ୍ଆଇ ଅଶୋକ ପ୍ରଧାନ ନିଜ ପରିବାର ସହ ଅମ୍ବାଦୋଳାରେ ଭଡ଼ା ଘରେ ରହୁଥିଲେ। ଘଟଣା ଦିନ ସେ ଡ୍ୟୁଟିରେ ଥାନାକୁ ଆସିଥିଲେ। ତେବେ ପରବର୍ତ୍ତୀ ସମୟରେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ସେନେଇ ଏବେ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ।
ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଏଭଳି ମୃତ୍ୟୁ ଘଟଣା ଅମ୍ବାଦୋଳା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
