Voice of Eastern India

ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ : ୫୪ ଗୁରୁତର, ୧୮ ନିଖୋଜ


ନୂଆଦିଲ୍ଲୀ,|୦୬ଭୟଙ୍କର ବିସ୍ଫୋରଣ ।୫୪ଗୁରୁତର । ମିଳୁନି୧୮ରୁ ଅଧିକଙ୍କ ପତ୍ତା । ଅଲ୍ କତାରରେ ଥିବା ଏକ ଗ୍ୟାସ୍ ଡିପୋରେ ବିସ୍ଫୋରଣ ଘଟି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆଖପାଖର ଲୋକେ ମଧ୍ୟ ଭୂମିକମ୍ପ ଭଳି ଝଟକା ଅନୁଭୂତ କରିଥିଲେ

ରିପୋର୍ଟ ଅନୁସାରେ, ରବିବାର ବିଳମ୍ବିତ ରାତ୍ରରେ କତାରର ରାସ୍ ଲାଫେନ୍ ଶିଳ୍ପାଞ୍ଚଳରେ ଥିବା ବର୍ଜାନ୍ ପ୍ରାକୃତିକ ଗ୍ୟାସ ରପ୍ତାନୀ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି । ଶ୍ରମିକମାନେ କାମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଫଳରେ୫୪ଜଣ ଆହତ ହୋଇଛନ୍ତି । ଏହାସହ୧୮ଜଣଙ୍କ କୌଣସି ପତ୍ତା ମିଳିପାରିନାହିଁ ।

କୁହାଯାଉଛି ଯେ, ଇରାନ ବୋମା ଏବଂ ମିସାଇଲ ମାଡର ଆତଙ୍କ ପାଇଁ ଗ୍ୟାସ୍ପ୍ଲାଣ୍ଟଟି ଦୀର୍ଘଦିନ ଧରି ବନ୍ଦ ହୋଇଥିଲା । କିଛି ଦିନ ତଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା । ହେଲେ ରବିବାର ରାତିରେ ଏଥିରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ନିଆଁ ମଧ୍ୟ ଲାଗି ଯାଇଥିଲା ।

ସରକାରୀ ସଂସ୍ଥା କତାର ଏନର୍ଜୀର କହିବାନୁସାରେ, କେଉଁ କାରଣରୁ ବିସ୍ଫୋରଣ ଘଟିଛି ତାହା ଜଣା ପଡି ନାହିଁ । ଏଥିରେ କିଛି ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା ମୃତାହତଙ୍କ ପ୍ରକୃତ ସଂଖ୍ୟା ସାମ୍ନାକୁ ଆସିନି ।

ସୂଚନାଯୋଗ୍ୟ, ବର୍ଜାନ ପ୍ଲାଣ୍ଟରେ ଦୈନିକ .ବିଲିୟନ କ୍ୟୁବିକ୍ ଫୁଟର ଗ୍ୟାସ ଧାରକ୍ଷମତା ରହିଛି । ଏହାକୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବହାର କରାଯାଏ । ଏହାର ସର୍ବାଧିକ ଅଂଶୀଦାର କତାର ସରକାରଙ୍କ ପାଖରେ ରହିଛି । ମାତ୍ର ଅଳ୍ପ କିଛି ଅଂଶ ଏକଜନ୍ ମୋବିଲ ହାତରେ ରହିଛି ।

Source link



Source link

Leave A Reply

Your email address will not be published.