Voice of Eastern India

ଫ୍ରିଜ୍‌ ଆକୃତିର ସାଟେଲାଇଟ୍‌ରେ ମହାକାଶ ଗଲା AI ଚିପ୍ସ, ବିଶ୍ବ ନଜରରେ ‘ପ୍ରୋଜେକ୍ଟ ସନ୍‌କ୍ୟାଚର’



ନୂଆଦିଲ୍ଲୀ: ଗୁଗଲ ପ୍ରଥମ ଥର ପାଇଁ ଏଆଇ ଚିପ୍ସ ମହାକାଶକୁ ପଠାଇଛି । ଫ୍ରିଜ୍‌ ଆକାରର ଏକ ସାଟେଲାଇଟ୍‌ରେ ଗୁଗଲର ୪ଟି ଟେନ୍ସର ପ୍ରୋସେସିଂ ୟୁନିଟ୍ ରହିଛି । ଏହାକୁ ଗୁରୁବାର କାଲିଫର୍ଣ୍ଣିଆର ଭାଣ୍ଡେନବର୍ଗରୁ ସ୍ପେସ୍‌ଏକ୍ସ ର ଫାଲକନ୍ ୯ ରକେଟ୍ ମାଧ୍ୟମରେ ମହାକାଶକୁ ପଠାଯାଇଛି। ଗୁଗଲ୍‌ର ‘ପ୍ରୋଜେକ୍ଟ ସନ୍‌କ୍ୟାଚର’ ମାଧ୍ୟମରେ ଏହି ଚିପ୍ସ ପଠାଯାଇଥିବା ବେଳେ ଭବିଷ୍ୟତରେ  ମହାକାଶରେ ଏଆଇ ଡାଟା ସେଣ୍ଟର ନିର୍ମାଣ ହୋଇପାରିବ କି ନାହିଁ, ତାର ପରୀକ୍ଷଣ କରାଯିବ । 

 'ପ୍ଲାନେଟ୍ ଲାବ୍ସ' ସହ ମିଶି ନିର୍ମିତ ଏହି ସାଟେଲାଇଟ୍ ମହାକାଶରେ ଅବସ୍ଥାପିତ ହେବା ପରେ ଏଥିରେ ଥିବା ଟିପିୟୁଗୁଡ଼ିକ ଗୁଗଲ୍‌ର 'ଜେମା' ଏଆଇ ମଡେଲକୁ  ୧୫ ମିନିଟ୍ ଲେଖାଏଁ ପରିଚାଳିତ କରିବେ। ଏହି ସଫଳତା ପରେ ଗୁଗଲ୍ ସିଇଓ ସୁନ୍ଦର ପିଚାଇ ସୋସିଆଲ ମିଡିଆ 'ଏକ୍ସ' ରେ ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ, ମହାକାଶରେ କମ୍ପ୍ୟୁଟିଂ ସିଷ୍ଟମ୍ ସ୍ଥାପନ କରିବାର ସେହି ପ୍ରଥମ ବୈଠକ କଥା ତାଙ୍କର ମନେଅଛି ।  ଏହି ସଫଳ ଉତକ୍ଷେପଣ ଦର୍ଶାଉଛି ଯେ, ଆମେ କେତେ ଦୂର ଆଗେଇ ଆସିଛୁ।

ମହାକାଶରେ ଏଆଇ ଡାଟା ସେଣ୍ଟର ସୌରଶକ୍ତି ଦ୍ବାରା ପରିଚାଳିତ ହୋଇପାରିବ । ପୃଥିବୀ ନିମ୍ନ କକ୍ଷପଥରେ ସୂର୍ଯ୍ୟକିରଣରୁ ପୃଥିବୀ ତୁଳନାରେ ପ୍ରାୟ ୮ ଗୁଣ ଅଧିକ ଶକ୍ତି ମିଳିଥାଏ । ଏହା ଅତ୍ୟଧିକ ବିଦ୍ୟୁତ୍ ଆବଶ୍ୟକ କରୁଥିବା ଏଆଇ ଡାଟା ସେଣ୍ଟରଗୁଡ଼ିକ ପାଇଁ ବେଶ୍ ଲାଭଦାୟକ। ଗୁଗଲ୍ ଭବିଷ୍ୟତରେ ୮୧ଟି ସାଟେଲାଇଟ୍‌ର ଏକ କ୍ଲଷ୍ଟର ମହାକାଶରେ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ସେଗୁଡ଼ିକ ଲେଜର ମାଧ୍ୟମରେ ପରଷ୍ପର ସହ ଯୋଗାଯୋଗ କରିବେ। ତେବେ ମହାକାଶର ବିକିରଣ ଏବଂ ଶୀତଳୀକରଣ ସମସ୍ୟା ଏହି ଚିପ୍ସଗୁଡ଼ିକ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବ। 

ବାୟୁମଣ୍ଡଳ ନଥିବାରୁ କେବଳ ରେଡିଏଟର ମାଧ୍ୟମରେ ହିଁ ତାପମାତ୍ରା ନିୟନ୍ତ୍ରଣ କରାଯାଇପାରିବ । ଏହା ସାଟେଲାଇଟ୍‌ର ଓଜନ ଏବଂ ଉତକ୍ଷେପଣ ଖର୍ଚ୍ଚ ବୃଦ୍ଧି କରିଥାଏ। ଗୁଗଲ୍‌ର ଆକଳନ ଅନୁଯାୟୀ, ମହାକାଶରେ ଆର୍ଥିକ ଦୃଷ୍ଟିରୁ ଲାଭଜନକ ଡାଟା ସେଣ୍ଟର ଗଢ଼ିବା ପାଇଁ ଅତି କମରେ ୫ ବର୍ଷରୁ ଅଧିକ ସମୟ ଲାଗିବ।
Source link



Source link

Leave A Reply

Your email address will not be published.