Voice of Eastern India

ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ କଟକ ଡିସିପିଙ୍କ ବଡ଼ ବୟାନ, କହିଲେ-ଅଯଥାରେ ଗୁଜବ କରନ୍ତୁ ନାହିଁ


କଟକ ୦୬।୦୭ : ଫରେନସିକକୁ ଲ୍ୟାବକୁ ମୋବାଇଲ ପଠାଯାଇଛି । ୨ ଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ତେଣୁ ଅଯଥାରେ କିଛି ବି ଚର୍ଚ୍ଚା ଏବଂ ଆଲୋଚନା କରନ୍ତୁ ନାହିଁ ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

କଟକ ଚାଉଳିଆଗଞ୍ଜ ଥାନା ମହିଳା ଆଇଆଇସି ଆତ୍ମହତ୍ୟା ମାମଲା । ଘଟଣାରେ ଦୁଇ ଦିନ ପରେ କଟକ ଡିସିପି ବଡ଼ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ପୋଲିସର ସ୍ବତନ୍ତ୍ର ଟିମ ଗଠିତ ହୋଇଛି । ଏହି ଟିମ୍ରେ ଜଣେ ଅତିରିକ୍ତ DCP, ACP, ୨ ଜଣ IIC ରହିଛନ୍ତି । ସେହିପରି ବିୟୁଟି ମହାନ୍ତିଙ୍କ ଯେଉଁ ମୋବାଇଲ ଜବତ ହୋଇଛି । ତାକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ସେଠାରୁ ଆସିବାକୁ ଥିବା ରିପୋର୍ଟକୁ ଅପେକ୍ଷା କରାଯାଇଛି । ବାକି ୨ ଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି । ତେଣୁ ଅସମର୍ଥିତ ସୂତ୍ରରୁ ଗୁଜବ ସୃଷ୍ଟି ନ କରନ୍ତୁ ।

Also Read:-ମୃତ୍ୟୁ ପଛରେ କଣ ରହିଛି ବ୍ୟକ୍ତିଗତ ରହସ୍ୟ ? ବିୟୁଟିଙ୍କ ଫୋନ୍ ଖୋଲିବ ସବୁ ଗୁମର

Source link



Source link

Leave A Reply

Your email address will not be published.