କଲମ୍ବୋ,୧୫|୦୬:ସମସ୍ତେ ଭାବୁଥିଲେ ଷ୍ଟାଡିୟମରେ ଛକା ଏବଂ ଚଉକା ବର୍ଷା ହେବ । ରନ୍ ର ପାହାଡ ଠିଆ କରିବେ ୧୫ ବର୍ଷୀୟ ବୈଭଭ ସୂର୍ଯ୍ୟବଂଶୀ । କିନ୍ତୁ ସେମିତି କିଛି ହେଲାନି । ପ୍ରଥମ ମୁକାବିଲା ଭଳି ଦ୍ୱିତୀୟ ମ୍ୟାଚରେ ବି ଆଣ୍ଠେଇଛନ୍ତି ବୈଭବ । ଶୀଘ୍ର ଆଉଟ୍ ହୋଇ ଫେରିଛନ୍ତି ପ୍ୟାଭିଲିୟନ୍ ।
ଭାରତ ଏ, ଆଫଗାନିସ୍ତାନ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଉଥିବା ସିରିଜରେ ସୋମବାର ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଦିନ ୧୧ଟା ସୁଦ୍ଧା ଦଳ ୧୧ ଓଭରରେ ୫୮ ରନ୍ କରିଛି । ଏହାସହ ଦୁଇଟି ଓ୍ୱିକେଟ୍ ମଧ୍ୟ ହରାଇଛି । ତେବେ ଏହି ଦୁଇ ଓ୍ୱିକେଟ୍ ହେଲା ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରଭସିମରନ୍ ସିଂ ।
ସବୁଠୁ ବଡ କଥା ହେଲା ଯେ, ବୈଭବ ଏଥର ବଡ ସ୍କୋର୍ କରିବେ ବୋଲି ସମସ୍ତେ ଭାବୁଥିଲେ । କାରଣ ପ୍ରଥମ ମୁକାବିଲାରେ ତାଙ୍କ ବ୍ୟାଟ୍ ଶାନ୍ତ ଥିଲା । ହେଲେ ସେ ପୁଣି ସମସ୍ତଙ୍କୁ ନିରାଶ କରିଛନ୍ତି । ୧୪ ବଲରୁ ୨୧ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । ତାଙ୍କର ଏପରି ଫର୍ମ୍ ଦେଖି ଚୟନକର୍ତ୍ତା ମଧ୍ୟ ପ୍ରମାଦ ଗଣିଲେଣି ।
ମଙ୍ଗଳବାର ଭାରତ-ଏ ଏକ ତ୍ରିସ୍ତରୀୟ ମୁକାବିଲାରେ ଶ୍ରୀଲଙ୍କା-ଏକୁ ଭେଟିଛି । ମ୍ୟାଚରେ ଓପନିଂ କରିବାକୁ ଆସିଥିଲେ ବୈଭବ । ସମସ୍ତେ ଆଶା କରୁଥିଲେ ସେ ଆଇପିଏଲ ଭଳି ଛକା ଚଉକା ବର୍ଷା କରିବେ । ଶତକ ଲଗାଇବେ । ଶ୍ରୀଲଙ୍କା ବୋଲରଙ୍କୁ ପ୍ରହାର କରିବେ । କିନ୍ତୁ ଫ୍ୟାନ୍ସଙ୍କ ଆଶା ଫିକା ପଡିଯାଇଛି । ମାତ୍ର ୧୪ ବଲରେ ସେ ପ୍ୟାଭିଲିୟନ ଫେରିଛନ୍ତି ।
ବୈଭବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସିରିଜ୍
ଏହି ସିରିଜ୍ ବୈଭବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ-ଏ ଏକ ଦିବସୀୟ ଅର୍ଥାତ ୫୦ ଓଭର ବିଶିଷ୍ଟ ମ୍ୟାଚ୍ ଖେଳୁଛି । ଏଥିରେ ଭଲ ଖେଳିଲେ ବୈଭବଙ୍କ ଦିନିକଆ ପଦାର୍ପଣର ରାସ୍ତା ସହଜ ହୋଇଯିବ । ସେ ଟି୨୦ ଟିମ୍ ଭଳି ଭାରତୀୟ ଦିନିକିଆ ସିନିଅର୍ ଟିମରେ ମଧ୍ୟ ସାମିଲ ହୋଇପାରିବେ । ହେଲେ ସେ ବିଫଳ ହୋଇ ଚୟନକର୍ତ୍ତାଙ୍କୁ ନିରାଶ କରିଛନ୍ତି । ଆଗାମୀ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ଗସ୍ତ ପାଇଁ ସେ ସିନିଅର୍ ଟିମରେ ସିଲେକ୍ଟ ହୋଇଛନ୍ତି ସତ କିନ୍ତୁ ବର୍ତ୍ତମାନର ଫର୍ମ୍ ସଭିଙ୍କ ଚିନ୍ତା ବଢାଇ ଦେଇଛି । ଇଂଲଣ୍ଡ ଗସ୍ତରେ ସେ ଦମଦାର ବ୍ୟାଟିଂ କରିବେ ନା ବର୍ତ୍ତମାନ ଭଳି ଫେଲ୍ ମାରିବେ ତାହା ମଧ୍ୟ ଫ୍ୟାନ୍ସ ଜାଣିପାରୁ ନାହାଁନ୍ତି ।
Also Read :- ୫ ଓ୍ୱିକେଟ୍ ନେଲା ପରେ ହନୁମାନଙ୍କୁ ଧନ୍ୟବାଦ ଦେଲେ ଦୀପ୍ତି ଶର୍ମା, କହିଲେ ଏମିତି…
ସୂଚନାଯୋଗ୍ୟ, ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ଆଇପିଏଲରେ ୧୬ଟି ଇନିଂସ ଖେଳିଥିଲେ । ଏହି ସବୁ ଇନିଂସରୁ ସେ ୭୭୬ ରନ୍ ସଂଗ୍ରହ କରିଥିଲେ । ଏହାସହ ତାଙ୍କୁ ଅରେଞ୍ଜ୍ କ୍ୟାପ୍ ପ୍ରଦାନ କରାଯାଇଥିଲା । ଯାହା ପରେ ତାଙ୍କୁ ଭାରତୀୟ ସିନିଅର୍ ଟିମରେ ନେବାକୁ ଚର୍ଚ୍ଚା ହୋଇଥିଲା । ଶେଷରେ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ଟି୨୦ରେ ତାଙ୍କୁ ସ୍ଥାନ ମିଳିଛି । ଆଉ କିଛି ଦିନ ପରେ ସେ ଦଳ ସହ ଇଂଲଣ୍ଡ ଯାତ୍ରା କରି ନିଜର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବେ ।
