Voice of Eastern India

ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ, ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ


ଭଦ୍ରକ ୨୯।୦୭ : ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ। ବୈତରଣୀ ସହ ସାଳନ୍ଦୀ ନଦୀରେ ବନ୍ୟା ଭଦ୍ରକ ଜିଲ୍ଲାରେ ସ୍ଥିତି ସଙ୍ଗୀନ କରିଛି। ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ବିଳମ୍ବିତ ରାତିରେ ବନ୍ୟା ଜଳ ୨୦.୧୬ ମିଟର ଅତିକ୍ରମ କରିଛି ।

ସେହିପରି ସାଳନ୍ଦୀ ନଦୀରେ ବନ୍ୟା ଫଳରେ ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଓ ପୌରପାଳିକାର କେତେକ ଅଂଶ ଓ ବୈତରଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଧାମନଗର ବ୍ଲକ, ଭଣ୍ଡାରିପୋଖରୀ ବ୍ଲକ, ତିହିଡି ଓ ଚାନ୍ଦବାଲି ବ୍ଲକ ପ୍ରଭାବିତ ହୋଇଛି। ସମାନ ଭାବେ କାଂସବାଂଶ ଓ ଗମେଇ ନଦୀରେ ବନ୍ୟା ବାସୁଦେବପୁର ବ୍ଲକକୁ ପ୍ରଭାବିତ କରିଛି। ଜିଲ୍ଲାର ପ୍ରାୟ ୫୦ରୁ ଅଧିକ ପଞ୍ଚାୟତରେ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ଭଦ୍ରକ ଆଖଣ୍ଡଳମଣୀ ରାସ୍ତାର ଆସୁରାଲି ଠାରେ ବନ୍ୟା ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Source link



Source link

Leave A Reply

Your email address will not be published.