Voice of Eastern India

ଭାରତ ସମେତ ୬୦ ଦେଶଙ୍କ ଉପରେ ନୂଆ ୧୦% ଟାରିଫ ଲଗାଇଲା ଆମେରିକା



ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଭାରତ ସମେତ ୬୦ ଦେଶଙ୍କ ଆମଦାନୀ ଉପରେ ୧୦ ଓ ୧୨.୫%ର ନୂଆ ଟାରିଫ ଲାଗୁ କରିଛି। ଟ୍ରମ୍ପ ପ୍ରଶାସନ କହିଛି ଯେ ବ୍ୟବସାୟୀକ ଭାଗିଦାରଙ୍କୁ ଶ୍ରମ ରେ ନିର୍ମିତ ଉତ୍ପାଦ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ପ୍ରେରିତ କରିଛି। ଏହା ପୂର୍ବରୁ ଭାରତ ଉପରେ ଆମେରିକା ୧୨.୫% ଟାରିଫ ଲଗାଇବାକୁ ଯୋଜନା କରିଥିଲା । ତେବେ ଶ୍ରମ ମାନକରେ ସକରାତ୍ମକ ଆଲୋଚନା ପରେ ଏହାକୁ ହ୍ରାସ କରି ୧୦% କରାଯାଇଥିଲା।

ଭାରତ ସମେତ ୧୭ ଦେଶଙ୍କ ସାମଗ୍ରୀ ଉପରେ ଏହି ନୂଆ ଟାରିଫ ୨୪ ଜୁଲାଇ ସକାଳୁ ଲାଗୁ ହୋଇଛି। ଆମେରିକା କହିଛି ଯେ କିଛି ଦେଶରୁ ଏପରି ଉତ୍ପାଦ ସବୁ ଆସୁଛି ସେଗୁଡିକୁ ଜୋରଜବରଦସ୍ତ ଶ୍ରମ ଦ୍ୱାରା ତିଆରି କରାଯାଉଛି। ଏପରି ଦେଶ ଅନୁଚିତ ବାଣିଜ୍ୟିକ ଲାଭ ନେଉଛନ୍ତି। ଏଥି ଲାଗି ଏହି ନୂଆ ଟାରିଫ ଲାଗୁ ହୋଇଛି। ଆମେରିକାର ନୂଆ ୧୦% ଟାରିଫର ପ୍ରଭାବ ସେହି ସବୁ ଉଦ୍ୟୋଗ ଉପରେ ପଡିବ ଯେଉଁମାନେ ପ୍ରଚୁର ପରିମାଣରେ ସାମଗ୍ରୀ ଆମେରିକା ପଠାଉଛନ୍ତି।

ଏଥିରେ ଇଞ୍ଜିନିୟରିଂ, ଟେକ୍ସଟାଇଲ, ରସାୟନ, ମେସିନାରୀ, ପ୍ଲାଷ୍ଟିକ୍ ଉତ୍ପାଦ, ଚମଡା ସାମଗ୍ରୀ, ହୀରା ଗହଣା, ଫର୍ଣ୍ଣିଚର ଓ ଅନ୍ୟ ଶ୍ରମ ଆଧାରିତ ଉଦ୍ୟୋଗ ସାମିଲ ରହିଛି। ଫଳରେ କପଡା, ଚମଡା ଓ ଜେମସ୍ ଆଣ୍ଡ ଜ୍ୱେଲରୀ ଉଦ୍ୟୋଗର କର୍ମଚାରୀଙ୍କ ଉପରେ ଦୀର୍ଘକାଳୀନ ପ୍ରଭାବ ପଡିପାରେ। ତେବେ ୟୁଏସଟିଆର ସ୍ପଷ୍ଟ କରିଛି ଯେ ଯେଉଁ ସବୁ ଉତ୍ପାଦ ଆମେରିକା ବଜାରରେ ଯୋଗାଣ ସଂକଟ ସୃଷ୍ଟି କରିବ ସେ ସବୁ ଉପରେ ଟାରିଫ ଲାଗିବ ନାହିଁ। ଔଷଧ, ସେମିକଣ୍ଡକ୍ଟର ନିର୍ମାଣ ଉପକରଣ ଓ ଅନ୍ୟ କିଛି କଞ୍ଚାମାଲ ଉପରେ ଟାରିଫ ଲାଗିବ ନାହିଁ।

ସେହିପରି ଷ୍ଟିଲ, ଆଲ୍ୟୁମିନିୟମ ଓ ଅଟୋ ପାର୍ଟସ୍ ଉପରେ ୧୦% ଟାରିଫ ଲାଗୁ ହେବ ନାହିଁ। ଏହି ସବୁ ସାମଗ୍ରୀ ଉପରେ ପୂର୍ବରୁ ସେକ୍ସନ ୨୩୨ ଅନୁସାରେ ଲାଗୁ ଶୁଳ୍କ ଜାରି ରହିବ। ଏହି ନୂଆ ଟାରିଫ ଭାରତ ସମେତ ୧୭ ଦେଶଙ୍କ ଉପରେ ଲାଗୁ ହୋଇଛି। ଏହି ସବୁ ଦେଶଙ୍କ ମଧ୍ୟରେ ଆର୍ଜେଣ୍ଟିନା, ବାଂଲାଦେଶ, କମ୍ବୋଡିଆ, କାନାଡା, ଇକ୍ୱେଡୋର, ଏଲସାଲଭାଡର, ଗ୍ୱାଟେମାଲା, ହୋଣ୍ଡୁରାସ, ଇଣ୍ଡୋନେସିୟା, ଜୋର୍ଡାନ, ମାଲେସିୟା, ମେକ୍ସିକୋ, ପାକିସ୍ତାନ, ଶ୍ରୀଲଙ୍କା, ତ୍ରିନିଦାଦ, ଟବାଗୋ ଓ ବ୍ରିଟେନ ଆଦି ଦେଶ ଅଛନ୍ତି।
Source link



Source link

Leave A Reply

Your email address will not be published.