Voice of Eastern India

ଭୟାବହ ଅଗ୍ନିକାଣ୍ଡରେ ୪ ଜୀବନ୍ତ ଦଗ୍ଧ, ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ଶିଶୁ


ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳୀପୁର ପଞ୍ଚାୟତର ସେକ୍ ମହଲାରେ ଘଟିଛି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ। ସେକ୍ ନିଜାମୁଦ୍ଦିନଙ୍କ ଘରେ ଭୟାବହ ନିଆଁ ଲାଗି ୪ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଦୁଇ ମହିଳାଙ୍କ ସମେତ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗୁଲସ୍ପା ବିବି, ତବାସୁମ୍ ବିବି ଓ ଅନ୍ୟ ଦୁଇ ଜଣ ଶିଶୁ। ତେବେ ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅନ୍ୟପଟେ ବାଲିଚନ୍ଦ୍ରପୁର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଚାରି ଜଣଙ୍କ ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Also Read: ପୋଲିସ ଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

Source link



Source link

Leave A Reply

Your email address will not be published.